କଲ୍ୟାଣସିଂହପୁର: ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇଠାରେ ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାର ଯୋଗୁଁ ଥାନା ସମ୍ମୁଖରେ ହୋହାଲ୍ଲା କଲେ ଲୋକେ। ଥାନା ଅଧିକାରିଣୀ କଳ୍ପନା ବେହେରା ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଥାନା ସାମ୍ନାରେ ସିକରପାଇ ଗାଁ ଲୋକେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି। ସିକରପାଇ ଗାଁ ଲୋକେ ଗୁରୁବାର ରାତ୍ରରେ ଥାନା ସମ୍ମୁଖରେ ଉତ୍ତେଜନା କରୁଥିବା ବେଳେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ଗାଁ ଲୋଙ୍କଙ୍କ କହିବା ଅନୁଯାୟୀ ସିକରପାଇ ଠାରେ ରେଳ ବିଭାଗ ତରଫରୁ କେ ଏସ ଆର ସଂସ୍ଥା ଦ୍ୱାରା ହେଉଥିବା କାମ ଫଳରେ ଗାଁ ଦେଇ ଗାଡ଼ିଗୁଡ଼ିକ ଯାଉଥିବାରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଧୂଳି ଉଡ଼ିବା ସହ ରାସ୍ତା ଜାମ୍ ହେଉଥିବାରୁ ଆଗକୁ ଗାଁରେ ମାଙ୍କ ଘଟ ଯାତ୍ରା ହେବ ତେଣୁ ସଂସ୍ଥାକୁ ପାଣି ପକାଇବା ପାଇଁ ଜଣାଇଥିଲେ | ଲୋକେ ରାସ୍ତା ଉପରେ ପାଣି ନ ପକାଇବା ଯୋଗୁଁ ଉକ୍ତ ସଂସ୍ଥାର ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ଏହି ସମୟରେ ଗାଁରେ ଥାନା ଅଧିକାରୀଣୀ ପହଞ୍ଚି ମନ ଇଚ୍ଛା ଲୋକଙ୍କୁ ଗାଳିଗୁଲଜ କରିଥିଲେ। ତାହାରି ପ୍ରତିବାଦରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଏଠାରେ ଶ୍ରୀମତୀ ବେହେରା ହାତ ଯୋଡ଼ି ମୋର ଭୁଲ ହୋଇଛି ମୋତେ କ୍ଷମା କରନ୍ତୁ ବୋଲି କ୍ଷମା ମାଗିଥିଲେ|
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam