Breaking News
ରାଜ୍ୟ

କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ

କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଳେହିପଡା ପଞ୍ଚାୟତ ଅନ୍ତର୍ଗତ କାଦୋପଡା ଗ୍ରାମରେ ସରକାରଙ୍କ ପକ୍ଷରୁ ସୋଲାର ପ୍ଲାଣ୍ଟ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରାଯାଇଛି। ଗତ ଜୁନ୍ ୩ ତାରିଖ ଦିନ ଗ୍ରାମରେ ରାଜସ୍ବବିଭାଗ ଆସି ଚହ୍ନଟ କରିବା ପାଇଁ ଆସିଥିଲେ । ହେଲେ ଗ୍ରାମବାସୀ ଦୃଢ଼ ପ୍ରତିବାଦ କରିଥିଲେ। ଯାହା ଫଳରେ ପୁଲିସ ପ୍ରଶାସନ ସହାୟତାରେ ଚି଼ହ୍ନଟ କରିଯିବା ପରେ ଶୁକ୍ରବାର ଶହ ଶହ ଗ୍ରାମ ଲୋକେ ଏକତ୍ରିତ ହୋଇ ବୈଠକ କରିଥିଲେ।ଧରଣୀଧର ଦେହୁରୀ ଓ ରେଖା ପ୍ରଧାନଙ୍କ ଆବାହକତ୍ୱରେ ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ଜିଲ୍ଲା କୃଷକ ସଭାପତି ପ୍ରମୋଦ କୁମାର ଝାଙ୍କର୍,ଜିଲ୍ଲା ଜଙ୍ଗଲ ମଞ୍ଚ ସମ୍ପାଦକ ହିରାଧର୍ ସାହୁ ,ଆଦିବାସୀ ନେତା ନିରାକାର ପ୍ରଧାନ, ସମାଜସେବୀ ମିଲନ କୁମାର ପ୍ରଧାନ,ସ୍ଥାନୀୟ ସରପଞ୍ଚରୁନୁ ବେହେରା ଯୋଗ ଦେବା ସହିତ କାଦୋପଡା ଏବଂ ମହୁଲନାଳୀ ସାହିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Related Post