Breaking News
ରାଜ୍ୟ

ଭୁଲିଗଲେ ମାନବିକତା: ଘରେ ଶବ ସତ୍କାର କରିବେ କଣ, ଲାଗିଗଲେ ଗଣ୍ଡଗୋଳରେ

ଭୁଲିଗଲେ ମାନବିକତା: ଘରେ ଶବ ସତ୍କାର କରିବେ କଣ, ଲାଗିଗଲେ ଗଣ୍ଡଗୋଳରେ

ହାଟଡିହି: ପ୍ରଥମେ ମଶାଣିରୁ ଶବ ଫେରିଥିଲା ଡାକ୍ତରଖାନା। ମହିଳାଙ୍କ ବିଷକ୍ରିୟା ଜନିତ ମୃତ୍ୟୁ ଘଟିଥିଲା ବେଳେ ବ୍ୟବଚ୍ଛେଦ ନକରି ଶବକୁ ଘରକୁ ଆଣି ମଶାଣିରେ ସତ୍କାର କରିବାକୁ ପ୍ରସ୍ତୁତି କରୁଥିବା ବେଳେ ମହିଳାଙ୍କ ପରିବାର ଲୋକେ ପୁଲିସ ସହାୟତାରେ ଶବକୁ ନେଇ ବ୍ୟବଚ୍ଛେଦ କରାଇଥିଲେ। ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଫେରିବା ପରେ ଭଉଣୀର ମୃତ୍ୟୁକୁ ସହ୍ୟ କରି ପାରିଲାନି ଭାଇ। ଘରେ ମୃତଦେହ ପହଞ୍ଚୁ ପହଞ୍ଚୁ ଶବ ସତ୍କାର କଥା ଭୁଲିଯାଇ ଭିଣୋଇକୁ ଆକ୍ରମଣ କଲା। ଏହା ଦେଖି ଭିଣୋଇଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ମୃତ ମହିଳାଙ୍କ ଭାଇକୁ ଭଲକରି ଉତ୍ତମ ମଧ୍ୟମ ଦେଲେ। ଏପରି ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ନନ୍ଦିପଦା ଥାନା ଶାଳକଣିଆଁ ଗାଁରେ। ଯାହାର ଭିଡିଓ ଭାଇରାଲ।

Related Post