ଦାମ୍ବୁଲା: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୬ ପରେ ପ୍ରଥମ ଥର ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିଛି। ଭାରତ ଏ, ଶ୍ରୀଲଙ୍କା ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଇ-ସିରିଜରେ ଭାରତୀୟ ଯୁବ ବ୍ୟାଟର ଖେଳିଛନ୍ତି। ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହେଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ୍ର ଷ୍ଟାର କ୍ରିକେଟ୍ର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ପ୍ରଶଂସକଙ୍କୁ ଉତ୍ସାହିତ କରିପାରି ନାହାନ୍ତି। ପ୍ରଶଂସକ ଯାହା ଚାହୁଁଥିଲେ ତାହା ଦେଖିପାରି ନାହାନ୍ତି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବିସ୍ଫୋରକ ବ୍ୟାଟର ପ୍ରଭସିମରନ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳକୁ ମାତ୍ର ୧୬ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ଶ୍ରୀଲଙ୍କାର ଶିକାର ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ସେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ୧୨ଟି ବଲ୍ ଖେଳି ୩ଟି ଚୌକା ବଳରେ ୧୪ ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜଙ୍କ ବଲ୍ ସଚିନ ଆର୍ଚ୍ଚିଙ୍ଗେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍ରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଛି। ଦଳ ମାତ୍ର ୧୬ ରନ୍ରେ ଉଭୟ ଓପନରଙ୍କୁ ହରାଇଛି। ବୈଭବଙ୍କ ପରେ ପ୍ରଭସିମରନ ମଧ୍ୟ ଅଳ୍ନ ସମୟ ମଧ୍ୟରେ ଆଉଟ୍ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୧୦ ଓଭର ଶେଷ ସୁଦ୍ଧା ୨ଟି ୱିକେଟ୍ରେ ୪୯ ରନ୍ ହୋଇଥିଲା। ଏହି ସମୟରେ ପ୍ରିୟାଂଶ ଆର୍ଯ୍ୟ ଏବଂ ଋତୁରାଜ ଗାଏକ୍ବାର୍ଡ କ୍ରିଜରେ ମହଜୁଦ ଥିଲେ।
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam