ନୂଆଦିଲ୍ଲୀ: ଗୋଆରେ ଭାରତ ସାଫ୍ ପ୍ରତିଯୋଗିତା ଟ୍ରଫି କରାୟତ୍ତ କରିବା ପରେ ଭାରତୀୟ ମହିଳା ଫୁଟ୍ବଲ୍ ତାରକା ଗ୍ରେସ୍ ଡାଙ୍ଗମେଇଙ୍କ ଅନ୍ତର୍ଜାତୀୟ ଜୀବନରେ ଯବନିକା ପଡ଼ିଛି। ଦଳର ଟ୍ରଫି ବିଜୟ ପରେ ୩୦ ବର୍ଷୀୟା ଗ୍ରେସ୍ ଅନ୍ତର୍ଜାତୀୟ ଫୁଟ୍ବଲ୍କୁ ଅଲ୍ବିଦା କରିଛନ୍ତି। ବାଂଲାଦେଶ ବିପକ୍ଷଫାଇନାଲ୍ରେ ସେ ଆରମ୍ଭରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ, ହେଲେ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ରହି ଟ୍ରଫି ତୋଳି ଧରିବାର ଅନନ୍ୟ ସ୍ମୃତି ଛାଡ଼ିଥିଲେ। ତାଙ୍କୁ ଟ୍ରଫି ଭେଟି ଦେଇ ସାଥୀ ଖେଳାଳି ସମ୍ମାନର ସହ ବିଦାୟ ଦେଇଥିଲେ। ଏହି ମଣିପୁର ଫୁଟ୍ବଲର୍ ଭାରତ ପକ୍ଷରୁ ୯୫ ମ୍ୟାଚ୍ ଖେଳିଥିଲା ବେଳେ ୩ ସାଫ୍ ବିଜେତା ଦଳର ସଦସ୍ୟ ରହିବାର ଗୌରବ ପାଇଛନ୍ତି। ତାଙ୍କ ୧୫ ବର୍ଷର ଫୁଟ୍ବଲ୍ ଜୀବନରେ ଭାରତର ଶୀର୍ଷସ୍ତରୀୟ କ୍ଲବ୍ କ୍ରିଫ୍ସା, ସେତୁ ଏଫ୍ସି, ଗୋକୁଳମ କେରଳା, ଶ୍ରୀଭୂମି ସହ ଉଜ୍ବେକିସ୍ତାନର ଏଫ୍ସି ନସାଫ୍ କାର୍ଶିରୁ ପ୍ରତିନିଧିତ୍ବ କରିଛନ୍ତି। ୨୦୨୨ରେ ନାସାଫ୍ କାର୍ଶି ପାଇଁ ଗୋଟିଏ ଋତୁ ପାଇଁ ଚୁକ୍ତି କରିଥିବା ଗ୍ରେସ୍ ୧୪ ଲିଗ୍ ମ୍ୟାଚ୍ ଖେଳି ୪ ଗୋଲ୍ ସ୍କୋର୍ କରିଥିଲେ। ତାଙ୍କର ପ୍ରଦର୍ଶନ ବଳରେ ନାସାଫ୍ କାର୍ଶି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଲିଗ୍ ଓ କପ୍ ଜିତିବାରେ ସଫଳ ହୋଇଥିଲା।
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam