ପୁରୀ: ରଥ ନିର୍ମାଣକୁ ପୂରିଛି ୫୦ ଦିନ। ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ କାମ ଆରମ୍ଭ କରିଥିଲେ। ୯ଟି ନଡ଼ିଆ ଗର କଟା ରଥ ନିର୍ମାଣକାରୀଙ୍କୁ ଯୋଗାଇ ଦିଆଯାଇଛି। ୧୪ ନାହାକା ବୁଲିବା ପାଇଁ ନଡ଼ିଆ ଗର ବ୍ୟବହୃତ ହୁଏ। ଆସନ୍ତାକାଲି ତିନିରଥର ୧୪ ନାହାକା ବୁଲିବ। ପ୍ରଥମ ଭୂଇଁ ଫ୍ରେମ୍ ଖୋଲାଯିବା ପରେ ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ଚାରି ନାହାକାରେ ପ୍ରଥମ ଭୂଇଁର ଚଉତା ବା ଛ’ କାଠି ସେଟିଂ ବା ସଂଯୋଗ କରାଯାଇଛି। ଆସନ୍ତାକାଲି ଚଉଦ ନାହାକା ବୁଲିବା ପରେ ପ୍ରଥମ ଭୂଇଁର ବାକି ଅଂଶ ସଂଯୋଗ ହେବ। ମହାରଣା ସେବକଙ୍କୁ ୪ ଫୁଟ ଲମ୍ବର ନଡ଼ିଆ ଗର ବା ଖଦି ଓରା ଯୋଗାଇ ଦିଆଯାଇଥିଲା। ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା ବା ବାରିଶିରେ ହାଣି ସମତଳ କରି ଭୋଇ ସେବକଙ୍କ ସହାୟତାରେ ତିନିରଥ ଦଣ୍ଡା ପକାଇଲା ପରେ ତାର ବିନ୍ଧ କାପ କରାଯାଇ ସେଟିଂ କରାଯାଇଛି। ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସାଥୀ ଭୋଇ ସେବକ ମାନେ ମିଶି ଚାରି ନାହାକାର ଝାଙ୍କ ସଳଖା କାର୍ଯ୍ୟ ଶେଷ କରିଥିଲେ। ଏଥିସହ ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ତିନିରଥର ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକ ନାଟ ଗୋଡ଼ ଓ ସିଂହାସନ କାମ କରୁଛନ୍ତି। ଚଳିତବର୍ଷ ସମୟ ଅଧିକ ଥିବାରୁ ଅଳଙ୍କାର ଖୋଦେଇ କରାଯାଉଛି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଭୂଇଁ ନିର୍ମାଣ ପାଇଁ ଦ୍ବିତୀୟ ଭୂଇଁ କଣ୍ଟା ନିର୍ମାଣ ଶେଷ କରି ପୋଟଳ କଣ୍ଟା ତିଆରି ଜାରି ରଖିଛନ୍ତି।
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam