Breaking News
ଦେଶ- ବିଦେଶ

ପିନରୟୀ ବିଜୟନଙ୍କ ଝିଅ ବୀଣାଙ୍କୁ ଇଡି ସମନ୍‌

ପିନରୟୀ ବିଜୟନଙ୍କ ଝିଅ ବୀଣାଙ୍କୁ ଇଡି ସମନ୍‌

କୋଚି: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ଝିଅ ବୀଣା ଟିଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଦ୍ୟ ସମନ୍‌ ଜାରି କରିଛି। ଏକ ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୧୭ ତାରିଖରେ ହାଜର ହେବାକୁ ଇଡି ବୀଣାଙ୍କୁ ସମନ୍‌ କରିଛି। ବୀଣାଙ୍କୁ ପୂର୍ବରୁ ଜୁନ୍‌ ୧୨ ତାରିଖରେ ସମନ୍‌ କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହାକୁ ଘୁଞ୍ଚାଇବାପାଇଁ କହିଥିଲେ। ଇଡି ପୂର୍ବରୁ ବୀଣାଙ୍କୁ ଜୁନ୍‌ ୧୨ ତାରିଖରେ ଜେରା ପାଇଁ କୋଚି ଶାଖାରେ ହାଜର ହେବାପାଇଁ କହିଥିଲା। ବର୍ତ୍ତମାନ ଅଚଳ ଥିବା ତାଙ୍କ ଆଇଟି କମ୍ପାନି ଏକ୍ସାଲଜିକ ସଲ୍ୟୁସନ୍‌ସ ପ୍ରାଇଭେଟ ଲିମିଟେଡ ଏବଂ କେରଳର ଏକ ସ୍ୟାଣ୍ଡ ମାଇନିଂ କମ୍ପାନି ସିଏମଆରଏଲ୍‌ (କୋଚିନ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ୍‌) ମଧ୍ୟରେ ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ବିବୃତି ରେକର୍ଡ କରିବାପାଇଁ ଇଡି ତାଙ୍କୁ ସମନ୍‌ କରିଛି। ବୀଣା ଇଡିକୁ ଏକ ଇମେଲ୍‌ ପଠାଇ ତାଙ୍କୁ ଅଧିକ ୨ ସପ୍ତାହ ସମୟ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ବୀଣାଙ୍କର ଏହି ଅନୁରୋଧ ସତ୍ତ୍ବେ ଇଡି ତାଙ୍କୁ ସଦ୍ୟ ସମନ୍‌ ଜାରି କରି ଆସନ୍ତା ସପ୍ତାହରେ ହାଜର ହେବାକୁ କହିଛି। ଏହି ତଦନ୍ତର ଏକ ଅଂଶ ଭାବେ ସିଏମଆରଏଲ ପରିଚାଳନା ନିର୍ଦ୍ଦେଶକ ଶଶିଧରନ କରଥା, ଅନେକ କମ୍ପାନି ଅଧିକାରୀ ଏବଂ ଅନ୍ୟ ୯ ଜଣଙ୍କୁ ପୃଥକ୍‌ ତାରିଖରେ ତତନ୍ତ ପାଇଁ ସମନ୍‌ କରାଯାଇଛି।

Related Post