କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ଏକ ରାଜନୈତିକ ରାଲିରେ ଉତ୍ତେଜନା ସୃଷ୍ଟିକାରୀ ଏବଂ ସାମ୍ପ୍ରଦାୟିକ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ କୋଲକାତାର କେନ୍ଦ୍ରୀୟ ଡିଭିଜନ୍ର ହରେ ଷ୍ଟ୍ରିଟ୍ ଥାନାରେ ଜୁନ୍ ୭ ତାରିଖରେ ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା)ର ଧାରା ୧୯୬ (୧), ୩୫୧ (୨) ଏବଂ ୩୫୨ ଅଧୀନରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ୯ ତାରିଖରେ ମମତା ଧର୍ମତାଲା ଏସପ୍ଲାନେଡ୍ରେ ମେଟ୍ରୋ ଚ୍ୟାନେଲ ନିକଟରେ ଏକ ଧାରଣା ମଞ୍ଚରେ ଉତ୍ତେଜକ ଟିପ୍ପଣୀ ଦେଇଥିଲେ। ମମତା ଏକ ନିର୍ବାଚନ ରାଲିରେ କହିଥିଲେ ଯେ ଯଦି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏକାଠି ହେବେ ତେବେ ସେମାନେ ଅନ୍ୟମାନଙ୍କ ପାଇଁ ଏକ ଗମ୍ଭୀର ପରିଣାମ ଆଣିବେ। ବିଜେପିକୁ ଭୋଟ୍ ଦେବା ବିରୋଧରେ ସତର୍କ କରି ମମତା କହିଥିଲେ ଯଦି ମତଦାନର ତରିକା ବଦଳେ ତେବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତିକୂଳ ପରିଣାମ ସାମ୍ନା କରିବେ। ତେବେ ମମତାଙ୍କର ଏହି ଭାଷଣକୁ ବିରୋଧ କରି କୋଲକାତାର ଜଣେ ବାସିନ୍ଦା ତୁଷାର କାନ୍ତୀ ଦାସ ତାଙ୍କ ବିରୋଧରେ ହରେ ଷ୍ଟ୍ରିଟ୍ ଥାନାରେ ଅଭିଯୋଗ କରିଥିଲେ। ତୁଷାର ଅଭିଯୋଗ କରିଥିଲେ ଯେ ମମତାଙ୍କ ଦ୍ବାରା ରାଲିସ୍ଥଳରେ ଦିଆଯାଇଥିବା ଟିପ୍ପଣୀ ଭୟ ସୃଷ୍ଟିକାରୀ ଏବଂ ଏହା ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିପାରିବ। ତେଣୁ ତାଙ୍କ ଅଭିଯୋଗ ଆଧାରରେ ମମତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଆରମ୍ଭରେ ମମତାଙ୍କ ବିରୋଧରେ ଅନ୍ୟ ଏକ ଏତଲା ରୁଜୁ ହୋଇଥିଲା। ମମତାଙ୍କ ଟିପ୍ପଣୀ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଚଳିତ ବର୍ଷ ମେ’ରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଆଇନଜୀବୀ ରିଙ୍କି ଚଟ୍ଟୋପାଧ୍ୟାୟଙ୍କ ଦ୍ବାରା ସିଲିଗୁଡ଼ି ସାଇବର କ୍ରାଇମ ପୁଲିସ ଷ୍ଟେସନ୍ରେ ଏନେଇ ଅଭିଯୋଗ ହୋଇଥିଲା।
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam