Breaking News
ବିଶେଷ

ଭାରତ-ଆମେରିକା କୂଟନୈତିକ ଉତ୍ତେଜନା ତୀବ୍ର; ଆମେରିକା ରଷ୍ଟ୍ରଦୂତଙ୍କୁ ପୁଣି ସମନ

ଭାରତ-ଆମେରିକା କୂଟନୈତିକ ଉତ୍ତେଜନା ତୀବ୍ର; ଆମେରିକା ରଷ୍ଟ୍ରଦୂତଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଅନ୍ତର୍ଜାତୀୟ ଜଳପଥରେ ଆମେରିକୀୟ ସେନାର ଆକ୍ରମଣ ଯୋଗୁଁ ୩ ଜଣ ଭାରତୀୟ ନାବିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ସଂବେଦନଶୀଳ ଘଟଣାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଅତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ସହ ଆମେରିକାଠାରୁ ଜବାବ ତଲବ କରାଯାଇଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତରେ ଅବସ୍ଥାପିତ ଆମେରିକାର କାର୍ଯ୍ୟକାରୀ ରାଷ୍ଟ୍ରଦୂତ ଜେସନ ମିକ୍ସଙ୍କୁ ସମନ କରାଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ମିକ୍ସଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇ ପ୍ରାୟ ୪୦ ମିନିଟ୍ ଧରି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଠାରେ ଭାରତ ନିଜର ଉଦ୍‌ବେଗ ପ୍ରକାଶ କରିବା ସହ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଜବାବ ଦାଖଲ କରିବାକୁ ଦାବି କରିଛି। ଏହି ସମଗ୍ର ଘଟଣା ଯୋଗୁଁ ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ କୂଟନୈତିକ ସମ୍ପର୍କରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତ ଚାରି ଦିନ ମଧ୍ୟରେ ଭାରତୀୟ ନାବିକ ଥିବା ତିନୋଟି ବାଣିଜ୍ୟିକ ଜାହାଜକୁ ନିଶାଣ କରି ଆମେରିକୀୟ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି, ଯାହା ବିଶ୍ୱ ସାମୁଦ୍ରିକ ବାଣିଜ୍ୟକୁ ଘୋର ସଙ୍କଟ ଭିତରକୁ ଠେଲିଦେଇଛି। ୮ ଜୁନ୍‌ରେ ହୋଇଥିବା ପ୍ରଥମ ଆକ୍ରମଣରେ ଆମେରିକୀୟ ବାହିନୀ ‘ଏମଟି ମାରିଭେକ୍ସ’ ନାମକ ଏକ ତୈଳ ଟାଙ୍କରକୁ ଟାର୍ଗେଟ କରିଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଗତ ୯ ତାରିଖରେ ଓମାନର ସୋହାର ବନ୍ଦର ନିକଟରେ ବାଣିଜ୍ୟିକ ଜାହାଜ ‘ଏମଟି ସେଟେବେଲୋ’ ଉପରେ ଆମେରିକା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଜାହାଜରେ କାର୍ଯ୍ୟରତ ୩ ଜଣ ନିରୀହ ଭାରତୀୟ ନାବିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ୧୧ ତାରିଖରେ ତୃତୀୟ ଆକ୍ରମଣରେ ‘ଏମଟି ଜଲବୀର’ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଏହି ଜାହାଜରେ ଥିବା ୨୨ ଜଣ ଭାରତୀୟ ସଦସ୍ୟଙ୍କୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଛି।

Related Post