ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକା ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଜୋରଦାର୍ ଚାଲିଛି। ପ୍ରତି ଭୋଟରଙ୍କ ଠାରୁ ଏକ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରିବାର ନିୟମ ଥିବାରୁ ୧୨ଦିନରେ ବୁଥ୍ସ୍ତରୀୟ ଅଧିକାରୀମାନେ (ବିଏଲ୍ଓ) ୩,୧୫,୧୮,୪୧୨ଜଣଙ୍କୁ ପରିଗଣନା ଫର୍ମ ବାଣ୍ଟିଲେଣି। ଯାହାକି ମୋଟ୍ ଭୋଟ୍ରଙ୍କ ସଂଖ୍ୟାର ୯୪.୩୭%। ଏହାସହ କୁହାଯାଇଛି ଯେ ଜୁନ୍ ୨୮ ସୁଦ୍ଧା ବିଏଲ୍ଓମାନେ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବେ। ଯଦି କେହି ଫର୍ମ ପୂରଣ ନକରି ଫେରାନ୍ତି ତେବେ ଭୋଟର ତାଲିକାରୁ ନାମ କଟିବାର ସମ୍ଭାବନା ଅଛି। ତେଣୁ ଯେଉଁମାନେ ଫର୍ମ ପାଇଛନ୍ତି ତାକୁ ତୁରନ୍ତ ପୂରଣ କରି ଫେରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସିଇଓଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩,୧୫,୧୮,୪୧୨ଜଣଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଥିବାବେଳେ ଯେଉଁମାନେ ଫର୍ମ ପୂରଣ କରି ଫେରାଉଛନ୍ତି ସେଗୁଡ଼ିକୁ ଡିଜିଟାଇଜ୍ କରାଯାଉଛି। ଏବେ ସୁଦ୍ଧା ୩୯,୮୩,୪୮୬ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜ୍ କରାଯାଇଛି। ଏହାସହ ଭୋଟରମାନେ ଚାହିଁଲେ ନିର୍ବାଚନ କମିସନଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରି ତଥ୍ୟ ପୂରଣ କରିପାରିବେ। ଏହାକୁ ନିଜେ ମଧ୍ୟ ଅପଲୋଡ୍ କରିପାରିବେ। କିନ୍ତୁ ସମସ୍ତଙ୍କୁ ଫର୍ମ ପୂରଣ କରି ଅନଲାଇନ୍ ହେଉ କି ଅଫଲାଇନ୍ରେ ଦେବାକୁ ପଡ଼ିବ। ସେହିପରି କୌଣସି ଭୋଟରଙ୍କର ଫର୍ମ ବଣ୍ଟନ, ସଂଶୋଧନ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ, ସେମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରି ସହାୟତା ପାଇପାରିବେ।
Breaking News
- ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ବଢ଼ି ୨୮.୯% ଛୁଇଁଲା, ଶିକ୍ଷା ବଜେଟରେ ୨୩% ହ୍ରାସ: ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।
- ଏନଇଇଟି ପେପର ଲିକ୍ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବେ ରାହୁଲ ଗାନ୍ଧୀ: ଜୁନ୍ ୧୭ରୁ କୋଟାରୁ ଆରମ୍ଭ: କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ସ୍ୱର ଭାବରେ ଉଭା ହୋଇଛନ୍ତି।
- ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି। ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।
- କାଦୋପଡ଼ାରେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ବୈଠକ: ମରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ: ବୈଠକରେ ସମସ୍ତଙ୍କ ସହମତିରେ ମରିବୁ ପଛେ ଭିଟା ମାଟି ତଥା ଜମି ଛାଡ଼ିବୁ ନାହିଁ, ଦରକାର ପଡ଼ିଲେ ଲଢେ଼ଇ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
- ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ, ପ୍ରତିରକ୍ଷା ସହଭାଗୀତା ଉପରେ ଗୁରୁତ୍ବାରୋପ: ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।
- dsfkds hfkjhsdkjfds
ବିଶେଷ
ପରିଗଣନା ଫର୍ମ ପୂରଣ କରି ନ ଥିଲେ ଭୋଟର ତାଲିକାରୁ ନାମ କଟିଯିବ: ଜୁନ୍ ୨୮ ସୁଦ୍ଧା ଫର୍ମ ପୂରଣ କରି ଦେବାକୁ ହେବ
- 11-06-26
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam