Breaking News
ବଡ଼ ଖବର

କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ଓଏଏସ୍‌ ପୁରୁଷ ବନ୍ଧୁ ଗିରଫ

କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ଓଏଏସ୍‌ ପୁରୁଷ ବନ୍ଧୁ ଗିରଫ

କଟକ: କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଉଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଚନ୍ଦ୍ରିକା କାଠଯୋଡ଼ିକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ। ସେ ତାଙ୍କର ପିଲାଦିନର ବନ୍ଧୁ ଭୀମସେନଙ୍କୁ ପ୍ରେମ କରୁଥିଲେ। ତେବେ ଭୀମସେନଙ୍କ ଜୀବନରେ ଆଉ ଜଣେ ଯୁବତୀ ଆସିଥିଲେ। ଏହି ଘଟଣାକୁ ନେଇ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଭୀମସେନ ଓ ତାଙ୍କ ଦ୍ବିତୀୟ ପ୍ରେମିକାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଝିଅର ମୃତ୍ୟୁ ପାଇଁ ଉଭୟ ଦାୟୀ ବୋଲି ଉଲ୍ଲେଖ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

Related Post