Breaking News
ଅପରାଧ

କିଣିବାକୁ ଆସିଥିଲେ, ଗହଣା ବକ୍ସ ନେଇ ଚମ୍ପଟ ମାରିଲେ ଯୁବକ

କିଣିବାକୁ ଆସିଥିଲେ, ଗହଣା ବକ୍ସ ନେଇ ଚମ୍ପଟ ମାରିଲେ ଯୁବକ

ଭୁବନେଶ୍ବର: ଧନୀକଙ୍କ ଠାରୁ ଚୋର, ସମସ୍ତଙ୍କ ନିମନ୍ତେ ସୁନା ଏକ ଲୋଭନୀୟ ସାମଗ୍ରୀ। ଅପରାଧ ମଧ୍ୟରେ ସୁନା ଚୋରି ଏକ ନିୟମିତ ଓ ବହୁଳ ଘଟିତ ଘଟଣା। ଏହି କ୍ରମରେ ଜଣେ ଯୁବକ ଏକ ସୁନା ଦୋକାନରୁ ସୁନାଳଙ୍କାର କିଣିବା ଆଳରେ ଆସି ସୁନାବକ୍ସଟି ନେଇ ଦୌଡ଼ି ପଳାଇବାକୁ ଉଦ୍ୟମ କରି ପୁଲିସ ହାତରେ ଧରାପଡ଼ିଛି। ସୂଚନାନୁସାରେ, ଗତକାଲି (ଗୁରୁବାର) ରାତିରେ ଜଣେ ଯୁବକ ସୁନାଦୋକାନକୁ କିଣିବାକୁ ଆସିଥିଲା। ଦୋକାନୀଙ୍କୁ ସୁନାମୁଦି ଦେଖାଇବାକୁ କହିଥିଲା। ଦୋକାନୀ ମଧ୍ୟ ମୁଦି ବକ୍ସ ଖୋଲି ଯୁବକଙ୍କୁ ଦେଖାଇଥିଲେ। ଅନ୍ୟ ଏକ ବକ୍ସ ଆଣିବାକୁ ଟିକିଏ ଅସାବଧାନ ହୋଇଥିଲେ। ଏହି ସୁଯୋଗକୁ ଅପେକ୍ଷା କରିଥିଲା ଯୁବକ। ବକ୍ସଟିକୁ ଧରି ଚମ୍ପଟ ମାରିଥିଲା। ଗହଣା ଦୋକାନୀ ଓ କର୍ମଚାରୀ ଯୁବକ ପଛରେ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ସକ୍ଷମ ହୋଇନଥିଲେ। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଦୋକାନର ସିସିଟିଭି ଫୁଟେଜ୍‌ ଉଦ୍ଧାର କରି ଲୁଟେରାକୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲା। ଶେଷରେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ଯୁବକକୁ ଧରିବାରେ ସକ୍ଷମ ହୋଇଛି। ଯୁବକଜଣକ ବ୍ରହ୍ମଗିରିରେ ରାଜେଶ ରାଉତ ବୋଲି ଜଣାଯାଇଛି। ଘଟଣା ସମ୍ପର୍କରେ ଦୋକାନୀ ପ୍ରତିକ୍ରିୟା ଦେଇ କହିଛନ୍ତି, ବକ୍ସରେ ୬୦ ଗ୍ରାମରୁ ଅଧିକ ଓଜନର ୧୮ଟି ମୁଦି ଥିଲା। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଅପରପକ୍ଷରେ, ଆଗକୁ ଉତ୍ସବ, ବିବାହ ଆଦି ରହିଥିବାରୁ ସୁନାଅଳଙ୍କାର ଦୋକାନ ଭିଡ଼ ହେବା ସମ୍ଭାବନା ରହିଛି। ଏହାର ଆଳରେ ଚୋରଙ୍କ ପ୍ରଦୁର୍ଭାବ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ପୁଲିସ୍‌ ଚେତାଇ ଦେଇଛି। 

Related Post