Breaking News
ରାଜ୍ୟ

ରଥଖଳା: ଲାଗିଲା ଦଣ୍ଡା କଣ୍ଟା

ରଥଖଳା: ଲାଗିଲା ଦଣ୍ଡା କଣ୍ଟା

ପୁରୀ: ରଥ ନିର୍ମାଣର ଆଜି ୪୪ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ରଥ ଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥରେ ଦଣ୍ଡାକଣ୍ଟା ଲଗାଇବା କାମ ସମ୍ପୂର୍ଣ୍ଣ ହୋଇଥିଲା। ରଥର ଚକ ଉପର ଭାଗରେ ଲାଗୁଥିବା ଗରଗରା ମଧ୍ୟ ଖଞ୍ଜା ଯାଇଛି। କଣ୍ଟା ବାଡ଼ିଆ ଓ ଗୟଳ କାମ ମଧ୍ୟ ଶେଷ ହୋଇଛି। ରଥର ସୁରକ୍ଷା ଓ ଦୃଢ଼ତା ପାଇଁ ଲଗାଯାଉଥିବା କଣ୍ଟା ବାଡ଼ିଆ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ଫଳରେ ରଥ ଟଣା ବେଳେ ଦଉଡ଼ି ଖସିବା ବା ରଥର କାଠ ଭାଙ୍ଗିବା ଭଳି ଆଶଙ୍କା ରହିବ ନାହିଁ। ଏହା ସହିତ ରଥ ନିର୍ମାଣର ଆଉ ଏକ ପ୍ରମୁଖ ଅଂଶ ଗୟଳ କାମ ମଧ୍ୟ ଶେଷ ହୋଇଛି। ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଥିବାବଳେ ଦଣ୍ଡା ଗୋଲେଇ କାର୍ଯ୍ୟ ଶେଷ ହୋଇଛି।ଦଣ୍ଡାକୁ ଅଖ ସହ ସଂଯୋଗ କରାଯାଇ ଆଗ ମୁହାଁଟରେ ସାଲଗୁଜ ଓ ପଛ ମୁହାଁଟରେ ଜଳଯନ୍ତ୍ର ପଡ଼ିଛି। ଆଜି ଦଣ୍ଡାରେ କଣ୍ଟା ପଡ଼ିବା କାର୍ଯ୍ୟ ଓଝା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ବେଦୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଇ ସହ ତିନିରଥର ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରୁଛନ୍ତି। ଦୋଳବେଦୀରେ ମହାରଣାମାନେ ଅଣସର ଓ ରଥ ଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ସରଞ୍ଜାମ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଓଝା ସେବକମାନେ ପୋଟଳ କଣ୍ଟା ନିର୍ମାଣ ସହ ଦଣ୍ଡା କଣ୍ଟା ସାଇତା କାର୍ଯ୍ୟ ଶେଷ କରିଛନ୍ତି।

Related Post