Breaking News
ରାଜ୍ୟ

କୋଲଡ୍ରିଙ୍କସ୍ ପିଇବା ବେଳେ ଚୋରକୁ ଚିହ୍ନିଲେ: କାବୁ କଲେ ଗ୍ରାମବାସୀ, ଗ୍ୟାଙ୍ଗର ସୁରାକ୍ ପାଇଲା ପୁଲିସ

କୋଲଡ୍ରିଙ୍କସ୍ ପିଇବା ବେଳେ ଚୋରକୁ ଚିହ୍ନିଲେ: କାବୁ କଲେ ଗ୍ରାମବାସୀ, ଗ୍ୟାଙ୍ଗର ସୁରାକ୍ ପାଇଲା ପୁଲିସ

ଜଗତସିଂହପୁର: ଯେଉଁ ଅଞ୍ଚଳରୁ ଚୋରି କରିଥିଲା ସେହି ବଜାରରେ ମାତ୍ର ୨୪ ଘଣ୍ଟା ପରେ ଦୋକାନରୁ କୋଲଡ୍ରିଙ୍କସ୍ ପିଉଥିଲା। ଚୋରି ଖବର ବି ଶୁଣୁଥିଲା। ସିସିଟିଭି ଫୁଟେଜରୁ ଚିହ୍ନଟ କରିଥିବା ଦୋକାନୀ ଗ୍ରାମବାସୀଙ୍କୁ ଖବର ଦେବା ପରେ ସେମାନେ ପହଞ୍ଚି ମାଡ଼ି ବସିଥିଲେ। ପୁଲିସ ଜିମା ଦେବା ପରେ ପୂରା ଗ୍ୟାଙ୍ଗକୁ କାବୁ କରିଛି। ବିପୁଳ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପରେ ଚୋରକୁ ଚିହ୍ନଟ କରିଥିବା ପାନ ଦୋକାନୀଙ୍କୁ ସ୍ଥାନୀୟ ଅଞ୍ଚଳରେ ସାବାସି ମିଳୁଛି।

Related Post