Breaking News
ରାଜ୍ୟ

ରାଷ୍ଟ୍ରପତି ଆସିବେ ବୋଲି ସଜେଇ ହେଉଛି ଇସ୍ପାତ ସହର, ସୁରକ୍ଷାରେ ୪୫ ପ୍ଲାଟୁନ୍‌ ପୁଲିସ ଫୋର୍ସ

ରାଷ୍ଟ୍ରପତି ଆସିବେ ବୋଲି ସଜେଇ ହେଉଛି ଇସ୍ପାତ ସହର, ସୁରକ୍ଷାରେ ୪୫ ପ୍ଲାଟୁନ୍‌ ପୁଲିସ ଫୋର୍ସ

ରାଉରକେଲା: ଆସନ୍ତା ୨୧ ତାରିଖ (ମଙ୍ଗଳବାର ଦିନ) ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି। ଭବ୍ୟ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ସଜେଇ ହେଉଛିଇସ୍ପାତସହର। ରାଉରକେଲା ବିମାନବନ୍ଦର ପଡ଼ିଆଠୁ ପାନପୋଷ ସର୍କିଟ ହାଉସ୍‌ ଓ ରାଉରକେଲା ଜନଜାତି ସଂଗ୍ରହାଳୟ ପର୍ଯ୍ୟନ୍ତ ରାସ୍ତା, କାନ୍ଥକୁ ଦିଆଯାଉଛି ନୂଆରୂପ। ବିମାନବନ୍ଦର ପଡ଼ିଆରେ  ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ଘରୋଇ ଓ ସରକାରୀ ବିଦ୍ୟାଳୟ ୧୦ ହଜାର ଛାତ୍ରଛାତ୍ରୀ ବସିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ୧୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ପ୍ରାୟ  ଦେଢ଼ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରତ୍ୟେହ ସକାଳେ ମଞ୍ଚସ୍ଥଳରେ ଅଭ୍ୟାସ ଜାରି ରଖିଛନ୍ତି। ଅସହ୍ୟତାତି ଓ ଗୁଳଗୁଳିର ପ୍ରଭାବ ଯେମିତି ଛାତ୍ରଛାତ୍ରୀଙ୍କ ଉପରେ ନ ପଡ଼ିବ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟାମୋଟି ଭାବେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ବାଗତ କାର୍ଯ୍ୟକ୍ରମରେ ଯେମିତି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ସେଥିପାଇଁ ପୂରା ଦମ ଲଗାଇ ଦେଇଛି ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ।

Related Post