Breaking News
ରାଜ୍ୟ

ଟଙ୍କା ଲୁଟ୍ ଘଟଣାର ପର୍ଦାଫାଶ କଲା ପୁଲିସ

ଟଙ୍କା ଲୁଟ୍ ଘଟଣାର ପର୍ଦାଫାଶ କଲା ପୁଲିସ

ରାୟଗଡ଼ା: ପାତ୍ର ଇଲେକ୍ଟ୍ରୋନିକସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ପୁଲିସକୁ ମିଳିଛି ସଫଳତାI ଲୁଟ୍ ହେବା ନେଇ ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିଛି ପୁଲିସ I ଗତକାଲି ଅପରାହ୍ନରେ ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜର ଅକ୍ଷୟ ବିବାର ଫୋନକରି ରାୟଗଡ଼ା ଥାନାକୁ ଜଣାଇଥିଲେ ଯେ ତାଙ୍କର ହିସାବ ରକ୍ଷକ ରଞ୍ଜିତ କୁମାର ଦଳେଇ ୨ ଲକ୍ଷ ୩୨,୦୦୦ ଟଙ୍କା ଧରି ଷ୍ଟେଟ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ଜିଏମଡି ବେକେରି ସାମନାରେ ଦୁଇଜଣ ଲୁଟେରା ଗୋଟିଏ ପଲସର ବାଇକରେ ଆସି ଉକ୍ତ ଟଙ୍କାକୁ ଛଡାଇ ନେଇଗଲେ। କିନ୍ତୁ ସଙ୍ଗେ ସଙ୍ଗେ ରାୟଗଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଲା ଯେ ଏଭଳି କିଛି ଘଟଣା ଘଟି ନାହିଁ ।ଉକ୍ତ ହିସାବ ରକ୍ଷକ ରଞ୍ଜିତ କୁମାର ଦଳେଇଙ୍କୁ ତଦନ୍ତ ପରିସରଭୁକ୍ତ କରି ଜାଣିବାକୁ ପାଇଲା ଯେ ସେ ଉକ୍ତ ଟଙ୍କାକୁ ନିଜେ ବିଭିନ୍ନ ଦିନ ଚୋରି କରି ତାର ବ୍ୟକ୍ତିଗତ ଖର୍ଚ୍ଚ କରିଛି ଏବଂ ସମସ୍ତ ଟଙ୍କା ବ୍ୟାଙ୍କକୁ ଡିପୋଜିଟ କରିବାକୁ ନେଇଯାଉଥିବା ବେଳେ ଲୁଟେରାଙ୍କ ଦ୍ଵାରା ଚୋରି ହେବାର ଏକ ନାଟକୀୟ ରୂପ ଦେଇଛି। 

Related Post