Breaking News
ରାଜ୍ୟ

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟୁଟି ବେଳେ ଟଳି ପଡ଼ିଲେ

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟୁଟି ବେଳେ ଟଳି ପଡ଼ିଲେ

ଜଗତସିଂହପୁର: ଡ୍ୟୁଟି ବେଳେ ଚାଲିଗଲା ଜୀବନ। ସକାଳୁ ଘରକୁ ଫେରି ପାରି ନ ଥିଲେ। ଜଗତସିଂହପୁରରେ ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ଘଟିଛି ଜଗତସିଂହପୁର ହାଟ ବଜାର ଅଞ୍ଚଳରେ। ମୃତ ହୋମଗାର୍ଡ ହେଲେ ତର୍ତ୍ତଙ୍ଗର କିଶୋର କୁମାର ଜେନା(୪୨)। ପୁଲିସ ସୂଚନା ଅନୁସାରେ, କିଶୋର ୨୦୧୦ରେ ହୋମଗାର୍ଡରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା। ସେ ରାତି ପାଟ୍ରୋଲିଂରେ ନିୟୋଜିତ ଥିଲେ। ଡ୍ୟୁଟି ସାରି ସକାଳ ଘରକୁ ଫେରିଥାନ୍ତେ। ଗତକାଲି ରାତିରେ ହାଟବଜାର ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଟଳି ପଡ଼ିଥିଲେ। ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କିଶୋରଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୁଲିସ। ଗାଁ ଶ୍ମଶାନରେ କିଶୋରଙ୍କର ଶେଷକୃତ୍ୟ କରାଯାଇଥିଲା।

Related Post