Breaking News
ରାଜ୍ୟ

ବିଳମ୍ବିତ ରାତିରେ ଘର ସହିତ ଜଳିଗଲେ ବୃଦ୍ଧ

ବିଳମ୍ବିତ ରାତିରେ ଘର ସହିତ ଜଳିଗଲେ ବୃଦ୍ଧ

ବାଙ୍ଗିରିପୋଷି: ବିଳମ୍ବିତ ରାତିରେ ଘର ସହିତ ଜଳିଗଲେ ବୃଦ୍ଧ। ବଡ଼ଗାଁ ପଞ୍ଚାୟତ ଜୁହା ଗ୍ରାମର ଆନ୍ଦ ସିଂ (୬୫) ବୋଲି ଜଣାପଡିଛି। କୌଣସି କାରଣରୁ ଘରେ ମଧ୍ୟ ରାତ୍ରୀରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ପହଞ୍ଚିବା ବେଳକୁ ଘର ସହିତ ବୃଦ୍ଧ ଜଳି ଯାଇଥିଲେ।ଗତ ନଭେମ୍ବର ମାସରେ ସହିଦନଗର ହାଟ ନିକଟରେ ଥିବା ଏକ ଦୀପ ଦୋକାନରେ ଅଗ୍ନିକାଣ୍ଡ ଘଟି ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳର କୁଳମଣି ସାହୁ(୮୦) ଜୀବନ୍ତ ଜଳିଯାଇଥିଲେ। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁ ଆଖପାଖର ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା।ସହିଦନଗର ହାଟ ପାଖ‌ରେ ଥିବା ଦୋକାନଗୁଡ଼ିକୁ ବନ୍ଦକରି କେତେକ ଦୋକାନୀ ତା’ ଭିତରେ ଶୋଇଯାଇଥିଲେ। ରାତି ପ୍ରାୟ ୪ଟା ବେଳେ ଶୀତୁଆ ରାତିରେ ହଠାତ୍‌ ତାତି ବଢ଼ିଯାଇଥିଲା। ଅସହ୍ୟ ତାତି ସହି ନପାରି ଦୋକାନ ଭିତରେ ଶୋଇଥିବା କିଛି ଦୋକାନୀ ଉଠିପଡ଼ିଥିଲେ। ଉଠିବା ବେଳକୁ ଦୋକାନଗୁଡ଼ିକ ହୁତୁହୁତୁ ହୋଇ ଜଳୁଥାଏ। ଏଭଳି ସ୍ଥିତି ଦେଖି ଜୀବନ ବିକଳରେ ଦୋକାନରୁ ବାହାରି ପାଟିକରିଥିଲେ। ପାଟିଶୁଣି ଆଖପାଖ ଦୋକାନୀ ବି ଉଠିପଡ଼ିଥିଲେ। ଅଣାୟତ୍ତ ନିଆଁ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ୩ଟି ଦୋକାନର ପାଖାପାଖି ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଅଗ୍ନିଶମ ବାହିନୀ ଘଣ୍ଟାଏ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା।

Related Post