Breaking News
ରାଜ୍ୟ

କାର ସହ ୨୬ କିଲୋ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

କାର ସହ ୨୬ କିଲୋ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର ସହ ୨୬ କିଲୋ ଗଞ୍ଜେଇ ଜବତ। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ରାଜ୍ୟର ବିକାଶ କାଠୁଆଶ ଓ ରୀତୁ ମିନା । ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।  ଏନେଇ ଅଡବା ଥାନାରେ କେସ ନମ୍ବର ୧୯୪/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉକ୍ତ ଗଞ୍ଜେଇ ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥ‌ିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଗଞ୍ଜେଇ ଚାଲାଣର ତରିକା ବଦଳାଇଲେ ମାଫିଆ। ପତ୍ର ବଦଳରେ ଗଞ୍ଜେଇ ତେଲ ବିକ୍ରି କରିବା ଆରମ୍ଭ କରିଛନ୍ତି। ପ୍ରଥମଥର ଏଭଳି ତରଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଲକାନଗିରି ପୁଲିସ। କିଛି ମାସ ତଳେ ତେଲୁଗୁ ଚଳଚ୍ଚିତ୍ର ‘ଘାଟି’ ସିଲଭର ସ୍କ୍ରିନ୍‌କୁ ଆସିଥିଲା। ଗଞ୍ଜେଇ ଚାଲାଣର ନୂଆ କୌଶଳ, ଗଞ୍ଜେଇ ତେଲର ଉଚ୍ଚାମୂଲ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ରହିଥିବା ଚାହିଦା ଆଦି ଏହି ସିନେମାରେ ନିଖୁଣ ଭାବେ ପ୍ରଦର୍ଶିତ ହୋଇଥିଲା। ତେବେ ମାଫିଆ ସିନେମାର ସେହି ଦୃଶ୍ୟଗୁଡ଼ିକୁ ବାସ୍ତବ ଜୀବନରେ ଆପଣାଇଥିବା ଏବେ ଦେଖିବାକୁ ମିଳିଛି। ପ୍ରଚୁର ଗଞ୍ଜେଇ ପତ୍ର ନେବାକୁ ବଡ଼ ଗାଡ଼ିର ଆବଶ୍ୟକତା ରହିଥାଏ।ଏଥିପାଇଁ ଧରାପଡ଼ିବାର ସମ୍ଭାବନା ଅଧିକ। ତେଣୁ ପୁଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ପତ୍ରକୁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କରି ତେଲରେ ରୂପାନ୍ତର କରିବା ଆରମ୍ଭ କରିଛନ୍ତି ମାଫିଆ। ଯାହାକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚିତ୍ରକୋଣ୍ଡା ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସ ତତ୍ପରତା ପ୍ରକାଶ କରି ଏସାର ଛକରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ୮ଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ। ସେମାନଙ୍କୁ ପିଛା କରିଥିଲେ ସୁଦ୍ଧା କାବୁ କରିବାରେ ପୁଲିସ ବିଫଳ ହୋଇଥିଲା।

Related Post