ରାଉରକେଲା: ରାଉରକେଲା ୨୦୧୪ ନଭେମ୍ବର ୧୪ ତାରିଖରେ ମହାନଗର ନିଗମ ମାନ୍ୟତା ପାଇଥିଲା। ପରବର୍ତ୍ତୀ ସମୟରେ ୱାର୍ଡ୍ସଂଖ୍ୟା ୩୧ରୁ ୪୦କୁ ବୃଦ୍ଧି ହୋଇଥିଲା। ଯଦ୍ବାରା ସହରବାସୀ ଉନ୍ନତମାନର ମୌଳିକ ସୁବିଧା ଓ ସେବା ପାଇବାକୁ ଆଶା ବାନ୍ଧି ବସିଥିଲେ। କିନ୍ତୁ ୧୨ ବର୍ଷ ହେଲା ଆଶା ପୂରଣ ହୋଇପାରୁନି। ଏହାର ମୁଖ୍ୟ କାରଣ ପାଲଟିଛି, ମହାନଗର ନଗର ନିର୍ବାଚନ ନ ହେବା। ନିଗମ କାର୍ଯ୍ୟାଳୟରେ ନିର୍ବାଚିତ ଜନପ୍ରତିନିଧି ନଥିବାରୁ ସହରବାସୀଙ୍କ ଭାଗ୍ୟ ପ୍ରଶାସନିକ ଅଧିକାରୀଙ୍କ ହାତରେ। ନ୍ୟାୟାଳୟରେ ମାମଲା ଥିବା ଆଳରେ ନିର୍ବାଚନ କରାଯାଉନଥିବାରୁ ଜନସାଧାରଣ ହକ୍ ପାଇବାରୁ ବଞ୍ଚିତ। ସହରବାସୀ ଶେଷଥର ପାଇଁ ୨୦୦୮ ମସିହାରେ ନିଜର ପ୍ରତିନିଧି ବାଛିଥିଲେ। ତତ୍କାଳୀନ ପୌରପାଳିକାର ଅବଧି ୨୦୧୩ ଅଗଷ୍ଟ ମସିହାରେ ଶେଷ ହୋଇଥିଲା। ଏହାର ପ୍ରାୟ ବର୍ଷକପରେ ରାଉରକେଲା ମହାନଗର ନିଗମରେ ପରିଣତ ହୋଇଥିଲା। ଇତିମଧ୍ୟରେ ୧୨ ବର୍ଷ ବିତିଲାଣି, କିନ୍ତୁ ନିର୍ବାଚନ ଆୟୋଜନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି। ଅବଶ୍ୟ, ମାମଲା ନ୍ୟାୟାଳୟରେ ରହିଛି। ମହାନଗର ନିଗମ ଘୋଷଣା ହେବାପରେ ସହର ଉପକଣ୍ଠସ୍ଥ ଜଗଦା ଓ ଝାଡ଼ତରଙ୍ଗ ପଞ୍ଚାୟତର କିଛି ଅଞ୍ଚଳକୁ ମିଶ୍ରଣ କରାଯାଇଥିଲା। କିନ୍ତୁ ଏହି ମିଶ୍ରଣକୁ କିଛି ଆଦିବାସୀ ସଂଗଠନ ପ୍ରତିବାଦ କରିବାସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଫଳରେ ୨୦୧୫ ମାର୍ଚ୍ଚ ମସିହାରେ ଉଚ୍ଚନ୍ୟାୟାଳୟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏହାସତ୍ତ୍ବେ ନିଗମର ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି କରାଯାଇଥିଲା। ଅପରପକ୍ଷରେ ୨୦୨୧ ମସିହାରେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ନିହାର ରାୟ ନିର୍ବାଚନ ଆୟୋଜନ ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ରିଟ୍ ପିଟିସନ୍ ଦାୟର କରିଥିଲେ। ପରେ ନ୍ୟାୟାଳୟ ପକ୍ଷରୁ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, ଏଯାଏ ରାଜ୍ୟ ସରକାର ପକ୍ଷ ରଖୁନାହାନ୍ତି କିମ୍ବା ମାମଲା ଉଚ୍ଛେଦ ପାଇଁ ପଦକ୍ଷେପ ନେଉନାହାନ୍ତି। ଗତ ବିଧାନସଭା ନିର୍ବାଚନବେଳେ ଆର୍ଏମ୍ସି ନିର୍ବାଚନ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ପ୍ରାୟ ସବୁ ଦଳର ପ୍ରାର୍ଥୀ ଏହି ପ୍ରସଙ୍ଗରେ ଭୋଟ୍ ମାଗିଥିଲେ। ରାଜ୍ୟରେ ସରକାର ବଦଳିବାପରେ ପୁଣିଥରେ ନିର୍ବାଚନ ଆଶା ସୃଷ୍ଟି ହୋଇଥିଲା। ଏମିତିକି ଗତ ମାର୍ଚ୍ଚ ମାସରେ ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ଛଅ ମାସ ଭିତରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ତେବେ ଏଯାଏ ଏନେଇ ସାମାନ୍ୟ ଅଗ୍ରଗତି ହୋଇନି। ନିର୍ବାଚିତ ପ୍ରତିନିଧିଙ୍କ ସ୍ବର ପହଞ୍ଚିପାରୁନଥିବାରୁ ସହରବାସୀଙ୍କ ସମସ୍ୟାର ଅନ୍ତ ହେଉନି। ସହରର ଜନସ୍ୱାସ୍ଥ୍ୟ ଓ ପରିମଳ ବିପର୍ଯ୍ୟସ୍ତ ହେଲାଣି। ଦୁଇବର୍ଷ ପୂର୍ବେ ସହରରେ ହଇଜା ସଂକ୍ରମଣ ଯୋଗୁଁ ଏକାଧିକ ଜୀବନ ହାନୀ ଘଟିଥିବାର ନଜିର ରହିଛି। ନିୟମିତ ଆବର୍ଜନା ସଂଗ୍ରହ ସହ କଠିନ ଆବର୍ଜନା ପରିଚାଳନା, ସାର୍ବଜନୀନ ରାସ୍ତା ଓ ନାଳ ସଫେଇ ପ୍ରହସନ ପାଲଟିଛି। ଗତ ଜୁଲାଇ ମାସରେ ସହରର ବିଭିନ୍ନ ବସ୍ତିବାସୀ ଜଳବନ୍ଦୀ ହେବା, ଆର୍ଏମ୍ସି କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପଦାରେ ପକାଇ ଦେଇଥିଲା। ସହରବାସୀଙ୍କ ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବାବେଳେ ପ୍ରଶାସନିକ ଅଧିକାରୀ ଏକଛତ୍ରବାଦ ନୀତି ଆପଣେଇଥିବା ଅଭିଯୋଗ ହୁଏ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam