Breaking News
ରାଜ୍ୟ

ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ଢ଼େଙ୍କାନାଳ: ଆଜି ମଧ୍ୟରାତ୍ର ୩ଟା ୩୦ ସମୟରେ ଢ଼େଙ୍କାନାଳ- ଅନୁଗୋଳ ୫୫ ନଂ ଜାତୀୟ ରାଜପଥର ସିମିନାଇ କଲେଜ ଛକ ଠାରେ ଏକ ୧୦ ଚକିଆ ଗୋରୁ ବୋଝେଇ ଟ୍ରକ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା l ଏଭଳି ଅଘଟଣ ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା l ସୂଚନା ଅନୁଯାୟୀ, ଗୋରୁ ବୋଝେଇ ଟ୍ରକଟି ଖୋର୍ଦ୍ଧା କିମ୍ଵା ନୟାଗଡ଼ ଅଞ୍ଚଳରୁ ଗାଈ ନେଇ କଲିକତା ଆଡ଼କୁ ଯାଉଥିବା ବେଳେ ବଡମ୍ବା ଟି ସେତୁ ନିକଟରୁ ବଡମ୍ବା ପୁଲିସ ଟ୍ରକକୁ ଧରିବା ପାଇଁ ଚେଷ୍ଟା କରିଥିଲା। ବାଟରେ ମାଣିଆବନ୍ଧ ଓ ତିଗିରିଆ ପୁଲିସର ବାର୍କେଡ ଭାଙ୍ଗି ଛଗାଁ ଦେଈ ଶଙ୍କରପୁର୍ ହୋଇ ମହିଷାପାଟ ଛକ ଠାରେ ୫୫ ନଂ ଜାତୀୟ ରାଜପଥ ହୋଇ ଦ୍ରୁତ ଗତିରେ ପଳାଉଥିଲା lପଛରେ ବଡ଼ମ୍ବା ଓ ଆଠଗଡ଼ ପୁଲିସ ଟ୍ରକକୁ ପିଛା କରୁଥିଲେ। ଟ୍ରକ ଆଗରେ ଗୋଟାଏ କଳା ରଙ୍ଗ ଟାଟା ସିଆରା ଗାଡ଼ି ଏସ୍କର୍ଟ କରି ନେଉଥିଲାl ମାତ୍ର ସିମିନାଇ କଲେଜ ଛକ ଠାରେ ଟ୍ରକ କାମାକ୍ଷାନଗର ଆଡ଼କୁ ଯିବାକୁ ଚେଷ୍ଟା କରୁଥିଲା। ମାତ୍ର ସ୍ଥାନୀୟ ଅଧିବାସୀମାନେ ଘେରିଯିବାରୁ ଡ୍ରାଇଭର ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ି ଫେରାର ହୋଇଗଲାl ଟ୍ରକଟି ପଛୁଆ ଗଡ଼ି ଗଡ଼ି ୧୧ କେଭି ବିଦ୍ୟୁତ୍ ଷ୍ଟ୍ରକଚରରେ ପିଟି ହୋଇଥିଲା l ସ୍ଥାନୀୟ ବିଦ୍ୟୁତ ବିଭାଗ ଆସି ଲାଇନ କାଟିଲା ପରେ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି l ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋବିନ୍ଦପୁର ଓ ରାଧାଗୋବିନ୍ଦଜୀଉ ଗୋଶାଳାରେ ରଖା ଯାଇଛି l ଝାରଗାଡ଼ିଆ ଫାଣ୍ଡି ପୁଲିସ ଓ ସିମିନାଇ ଗୋସେବକ ସଂଘ ଯୁବକମାନେ ଉଦ୍ଧାର କରିଛନ୍ତି l

Related Post