Breaking News
ରାଜ୍ୟ

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାଂପିନେଲା ଦୁର୍ବୃତ୍ତ

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାଂପିନେଲା ଦୁର୍ବୃତ୍ତ

କୋଣାର୍କ: ମନ୍ଦିରକୁ ପୂଜା କରିବା ପାଇଁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲା ଦୁର୍ବୃତ୍ତ। ଘଟଣା ଘଟିଛି କୋଣାର୍କ ଥାନା ଅନସରା ଗାଁରେ। ଲୁଟ୍‌ର ଶିକାର ହୋଇଛନ୍ତି ଜୟନ୍ତୀ ପ୍ରଧାନ (୬୫)।ସୂଚନା ଅନୁସାରେ ଅନସରା ଗ୍ରାମର ସୁକାନ୍ତ ପ୍ରଧାନଙ୍କ ପତ୍ନୀ ଜୟନ୍ତୀ ପ୍ରଧାନ ମଙ୍ଗଳବାର ସକାଳେ ୫ଟା ୩୦ରେ ମନ୍ଦିର ପୂଜା କରିବାକୁ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ପେଟ୍ରୋଲ କେଉଁଠି ମିଳିବ ପଚାରିବା କ୍ଷଣି ଝାମ୍ପିନେଇ ଫେରାର ହୋଇଯାଇଛି।ମହିଳା ହାତରେ ଧରିଥିବା ଫୁଲ, ଧୂପ କାଠି ଓ ଭୋଗ ରାସ୍ତାରେ ପଡିଥିବା ବେଳେ ମହିଳା ପାଟି କରିବାରୁ ଦୃବୁତ ବାଇକ ରେ ଦ୍ରୁତଗତିରେ ଖସି ଯାଇଥିଲା।ତେବେ ଏନେଇ ମହିଳାଙ୍କ ପରିବାର ପକ୍ଷରୁ କୋଣାର୍କ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୁନା ଚେନ୍‌ଟି ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହେବବୋଲି ମହିଳା କହିଛନ୍ତି। ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନୁରୁପ ଭବେ  କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସୁମନ୍ତ ବସ୍ତ୍ରାଳୟରୁ ଗତରାତିରେ ଦୋକାନ ପୂଜା ସାରି ଘରକୁ ଜାଇଥିଲେ। ଲୁଗା ଦୋକାନରୁ ମଧ୍ୟ ଗତକାଲି ରାତିରେ ଚୋରି ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି।

Related Post