Breaking News
ରାଜ୍ୟ

ଛୁରାମାଡ଼ରେ ସାମ୍ବାଦିକ ଗୁରୁତର, ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ

ଛୁରାମାଡ଼ରେ ସାମ୍ବାଦିକ ଗୁରୁତର, ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ

ପାପଡାହାଣ୍ଡି: ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ଗ୍ରାମଠାରେ ରାତି ପ୍ରାୟ ୧୨ଟା ସମୟରେ ଛୁରାମାଡ଼ରେ ଜଣେ ସାମ୍ବାଦିକ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟ ଗତକାଲି ରାତ୍ରି ୧୧ଟା ସମୟରେ ନବରଙ୍ଗପୁରରୁ ପାପଡାହାଣ୍ଡି ଫେରୁଥିଲେ।  ବଙ୍କା ସାହି ନିକଟରେ ହରେକୃଷ୍ଣ ବେହେରା ନାମକ ଜଣେ ଯୁବକ ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କୁ କୌଣସି କାରଣରୁ ଛୁରି ଓ ଖଣ୍ଡାରେ ଆକ୍ରମଣ କରିଥିଲା। ଏଥିରେ ଗୁରୁତର ସୁମିତଙ୍କୁ ଗ୍ରାମବାସୀ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ।.ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Related Post