Breaking News
ରାଜ୍ୟ

ଟ୍ରାକ୍ଟର ଓ ସ୍କୁଟି ମୁହାଁମୁହିଁ ଧକ୍କା : ଗୁରୁତର ଅବସ୍ଥାରେ ସ୍କୁଟି ଚାଳକ ଡାକ୍ତରଖାନାରେ ଭର୍ତ୍ତି

ଟ୍ରାକ୍ଟର ଓ ସ୍କୁଟି ମୁହାଁମୁହିଁ ଧକ୍କା : ଗୁରୁତର ଅବସ୍ଥାରେ ସ୍କୁଟି ଚାଳକ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର -ଗୁରୁଣ୍ଡିଆ ପୂର୍ତ୍ତ ବିଭାଗ ରାସ୍ତାର ଜିବିକା - ତୁରାମରା ଗ୍ରାମ୍ଯ ରାସ୍ତାରେ ଟ୍ରାକଟର ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ସ୍କୁଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ରାଉରକେଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଟ୍ରାକ୍ଟରରେ ଲାଇଟ ନ ଥିବା ଯୋଗୁଁ ସ୍କୁଟିକୁ ଧକ୍କା ଦେଇଥିଲା ।, ଏପରିକି ଟ୍ରାକ୍ଟରରେ ଲାଗିଥିବା କାଜୁଆଲରେ ମାଡ଼ ବାଜି ସ୍କୁଟି ଚାଳକଙ୍କ ଗୋଡ କଟି ଯାଇଥିଲା । ବୁଧବାର ସନ୍ଧ୍ୟା ୭ ଟା ବେଳେ ଗୁରୁଣ୍ଡିଆ ଗ୍ରାମର ୪୫ ବର୍ଷିଅ ସଞ୍ଜୀବ ହେରେଞ୍ଜ  କୌଣସି କାମ ପାଇଁ ବାହାରକୁ ଯାଇ ସ୍କୁଟିରେ ଗୁରୁଣ୍ଡିଆ ଫେରୁଥିବା ବେଳେ ଟ୍ରାକଟର ସହ ମୁହାଁମୁହିଁ ଧକ୍କା ହୋଇ ତାଙ୍କର  ଗୋଡ଼ କଟି ଯାଇଥିଲା। ସ୍ଥାନୀୟ ଲୋକେ ୧୦୮ ଗାଡି ଯୋଗେ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ସଞ୍ଜୀବ କୁମାର ପାଢୀଙ୍କ ରିପୋର୍ଟ, ପ୍ରୟାସ ଓଡ଼ିଶା ନ୍ୟୁଜ୍

Related Post