Breaking News
ଧର୍ମ

ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ଯାଏଁ ସମସ୍ତ ଉତ୍ସବର ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ଯାଏଁ ସମସ୍ତ ଉତ୍ସବର ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ। ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଦଇତାପତି ନିଯୋଗଠାରୁ ଆରମ୍ଭ କରି ସମସ୍ତ ସେବାୟତ, ନିଯୋଗ ଏବଂ ରାଜ୍ୟବାସୀଙ୍କ ଏକାନ୍ତ ସହଯୋଗର ଆବଶ୍ୟକତା ରହିଛି। ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି । ଆଜି ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୁଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା। 

Related Post