Breaking News
ଦେଶ- ବିଦେଶ

ହେଡ୍‌ଙ୍କ ପରିବାରକୁ ମିଳୁଛି ଧମକ

ହେଡ୍‌ଙ୍କ ପରିବାରକୁ ମିଳୁଛି ଧମକ

ନୂଆଦିଲ୍ଲୀ: ପଡ଼ିଆରେ ଟ୍ରାଭିସ୍‌ ହେଡ୍‌ ଓ ବିରାଟ କୋହଲି ମଧ୍ୟରେ ହୋଇଥିବା ବଚସା ଓ ହାଣ୍ଡ୍‌ସେକ୍‌ ଘଟଣାକୁ ନେଇ ବିବାଦ କମିବାର ନାଁ ଧରୁ ନାହିଁ। ଏହି ଘଟଣାକୁ ଉଭୟ ଖେଳାଳି ଭୁଲିଯିବାକୁ ଚେଷ୍ଟା କରୁଥିବାବେଳେ ପ୍ରଶଂସକମାନେ ଭୁଲିପାରୁନାହାନ୍ତି। ଟ୍ରାଭିସ୍‌ଙ୍କ ପତ୍ନୀ ଜେସିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାରକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଧମକ ଓ ଅସଭ୍ୟ ଭାଷାରେ ଗାଳି ଦିଆଯାଉଛି। ଏପରିକି ତାଙ୍କ ବନ୍ଧୁବାନ୍ଧବମାନଙ୍କୁ ବି ଗାଳି ଦିଆଯାଉଛି।ଏହି ଘଟଣା ତାଙ୍କୁ ପୁଣି ଥରେ ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ କଥା ମନେ ପକାଇ ଦେଇଛି ବୋଲି ସେ କହିଛନ୍ତି। ସେତେବେଳେ ତାଙ୍କ ପରିବାରକୁ ଯେପରି ଗାଳି ମିଳିଥିଲା ଏବେ ସେପରି ଗାଳି ଓ ଧମକ ମିଳୁଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ ଓ ୨୦୨୪ ବକ୍ସିଂ ଡେ’ ଟେଷ୍ଟ୍‌ ପରେ ବି ସୋସିଆଲ୍‌ ମିଡିଆରେ ସମାନ ପ୍ରକାରର ଗାଳି ମିଳିଥିଲା। ତେବେ ତାଙ୍କୁ ଗାଳିଦେବା ଠିକ୍‌ ଅଛି, କିନ୍ତୁ ତାଙ୍କ ବନ୍ଧୁବାନ୍ଧବଙ୍କୁ ଏପରି ଗାଳି ଦେବା ଠିକ୍‌ ନୁହେଁ । ଏପରିକି ତାଙ୍କ ଛୋଟ ଝିଅକୁ ବି ଧମକ ଦିଆଯାଉଛି ବୋଲି ସେ କହିଛନ୍ତି। ସୋସିଆଲ୍‌ ମିଡିଆରେ ଖେଳାଳିଙ୍କ ପରିବାର ପ୍ରତି ସମ୍ମାନର ସହ ଆଚରଣ କରିବାକୁ ସେ ନିବେଦନ କରିଛନ୍ତି।

Related Post