Breaking News
ଦେଶ- ବିଦେଶ

ଆମେରିକା ଗୁଳିକାଣ୍ଡ ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

ଆମେରିକା ଗୁଳିକାଣ୍ଡ ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ ହିଲଟନ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ ସମ୍ବାଦଦାତାଙ୍କ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାର ତୀବ୍ର ନିନ୍ଦା କରି କହିଛନ୍ତି, ୱାଶିଂଟନ ଡିସିର ଏକ ହୋଟେଲରେ ସମ୍ପ୍ରତି ଘଟିଥିବା ସୁରକ୍ଷା ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଥମ ମହିଳା ଏବଂ ଉପରାଷ୍ଟ୍ରପତି ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି ଏହା ଜାଣିବା ଏକ ଆଶ୍ୱସ୍ତି। ମୁଁ ସେମାନଙ୍କର ନିରନ୍ତର ସୁରକ୍ଷା ଏବଂ ମଙ୍ଗଳ କାମନା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ଏହାକୁ ସ୍ପଷ୍ଟ ଭାବରେ ନିନ୍ଦା କରାଯିବା ଉଚିତ।  

Related Post