Breaking News
ଦେଶ- ବିଦେଶ

ବସ୍-କାର ଧକ୍କାରେ ୪ଜଣଙ୍କର ମୃତ୍ୟୁ, ୩ ଆହତ

ବସ୍-କାର ଧକ୍କାରେ ୪ଜଣଙ୍କର ମୃତ୍ୟୁ, ୩ ଆହତ

ଶାହାଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ବିସାଲପୁର-ବବ୍ବର ଜାତୀୟ ରାଜପଥରେ ବରେଲି ଡିପୋ ବସ୍ ଏକ ଏର୍ଟିଗା କାର୍ ସହିତ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ତିନି ଜଣ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍‌ଟି ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାରେ ଫାରୁଖାବାଦରୁ ଆସୁଥିଲା। ଆଲହାଗଞ୍ଜର ସୁଗସୁଗି କଲଭର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସକାଳର କୁହୁଡ଼ି ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି। ଷ୍ଟେସନ ହାଉସ୍ ଅଫିସର ଓମପ୍ରକାଶ କହିଛନ୍ତି ଯେ କାରଟି ଆଗ୍ରାର। ମୃତକଙ୍କ ପରିଚୟ ମିଳିପାରି ନାହିଁ। 

Related Post