Breaking News
ଦେଶ- ବିଦେଶ

ଇରାନ ଉପରେ ଆକ୍ରମଣ ପାଇଁ ୱାସିଂଟନକୁ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ

ଇରାନ ଉପରେ ଆକ୍ରମଣ ପାଇଁ ୱାସିଂଟନକୁ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ

ଲଣ୍ଡନ: ଇରାନକୁ ବିଭିନ୍ନ ଦିଗରୁ ଆକ୍ରମଣ କରିବା ‌‌ଯୋଜନାରେ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଶକ୍ତି ବୃଦ୍ଧି କରୁଥିବାବେଳେ ବ୍ରିଟେନର ଦକ୍ଷିଣ ଭାଗର ସ୍ବିଣ୍ଡନ ନିକଟରେ ଥିବା ବାୟୁସେନା ଘାଟିକୁ ଏଥିପାଇଁ ବ୍ୟବହାର କରିବାକୁ ଚାହୁଁଥିଲା। କିନ୍ତୁ ଇରାନ ଉପରେ ଆଗୁଆ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହେବ ବୋଲି କହି ବ୍ରିଟିଶ ସରକାର ଆମେରିକାର ଅନୁରୋଧକୁ ସ୍ବୀକାର କରିବାକୁ ମନା କରିଦେଇଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମରଙ୍କ ସରକାର ଆର୍‌ଏଏଫ୍‌ ଫେୟାରଫୋର୍ଡରୁ ଆମେରିକୀୟ ଦୂରଗାମୀ ବୋମା ମାଡ଼ ଅଭିଯାନକୁ ଅନୁମତି ଦେବାକୁ ମନା କରିଦେଇଥିବା ବିବିସି ପକ୍ଷରୁ କୁହାଯାଇଛି। ଇରାନ ନିକଟରେ ଆମେରିକା ଏକ ବିଶାଳ ସାମରିକ ବାହିନୀ ଗଠନ କରୁଥିବା ପୃଷ୍ଠଭୂମିରେ ଏହି ରିପୋର୍ଟ କରାଯାଇଛି। ଆମେରିକାର ଜୋରଦାର ପ୍ରସ୍ତୁତି ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷର ଆଶଙ୍କା ବୃଦ୍ଧି କରିଛି।

Related Post