Breaking News
ଦେଶ- ବିଦେଶ

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୫ ଜଣଙ୍କୁ ଧକ୍କା ଦେଲା କଣ୍ଟେନର, ୬ମୃତ

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୫ ଜଣଙ୍କୁ ଧକ୍କା ଦେଲା କଣ୍ଟେନର, ୬ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପରିସ୍ରା କରିବା ପାଇଁ ବସ୍‌ରୁ ଓହ୍ଲାଇଥିବା ଯାତ୍ରୀମାନଙ୍କୁ ଏକ ଦ୍ରୁତଗାମୀ କଣ୍ଟେନର ଚାପି ଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।ରିପୋର୍ଟ ଅନୁଯାୟୀ, ବସ୍‌ଟି ଦିଲ୍ଲୀର ନାଙ୍ଗଲୋଇରୁ କାନପୁରର ରସୁଲାବାଦକୁ ଯାତ୍ରା କରୁଥିଲା। ସୁରିର ପୁଲିସ ଷ୍ଟେସନ ଅଞ୍ଚଳର ମାଇଲଷ୍ଟୋନ୍ ୮୮ ନିକଟରେ, ଯାତ୍ରୀମାନେ ପରିସ୍ରା କରିବାକୁ ଡ୍ରାଇଭରଙ୍କୁ କହି ବସ୍ ଅଟକାଇଥିଲେ। ଡ୍ରାଇଭର ଗ୍ରୀନ୍ ଜୋନ୍‌ରେ ଅଟକିବା ପରିବର୍ତ୍ତେ ମଝି ରାସ୍ତାରେ ବସ୍ ଅଟକାଇ ଦେଇଥିଲେ।ଯାତ୍ରୀମାନେ ବସ୍‌ରୁ ଓହ୍ଲାଇବା ମାତ୍ରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କଣ୍ଟେନର ସେମାନଙ୍କୁ ଧକ୍କା ଦେଇଥିଲା।

Related Post