Breaking News
ଦେଶ- ବିଦେଶ

କାନାଡ଼ାକୁ ଟ୍ରମ୍ପଙ୍କ ଧମକ

କାନାଡ଼ାକୁ ଟ୍ରମ୍ପଙ୍କ ଧମକ

ୱାସିଂଟନ: କାନାଡ଼ାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଆଜି ଧମକ ଦେଇଛନ୍ତି। ଚୀନ ସହିତ ବାଣିଜ୍ୟ ରାଜିନାମା କ୍ଷେତ୍ରରେ କାନାଡ଼ା ଆଗକୁ ବଢ଼ିଲେ ଶୁଳ୍କ ଲାଗିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ନିଜର ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଟ୍ରମ୍ପ କହିଛନ୍ତି, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଯଦି ଚିନ୍ତା କରନ୍ତି ସେ ତାଙ୍କ ଦେଶକୁ ଚୀନର ବନ୍ଦରରେ ପରିଣତ କରିବେ ତା’ହେଲେ ସେ ନିଶ୍ଚିତ ଭାବେ ଭ୍ରମରେ ଅଛନ୍ତି। ଚୀନ ସହିତ ବାଣିଜ୍ୟ ରାଜିନାମା କାନାଡ଼ା କଲେ ତା’ର ପରିଣାମ ଭୋଗିବ। ‌କାନାଡ଼ା ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ସେ ଗଭର୍ଣ୍ଣର ବୋଲି ଉଲ୍ଲେଖ କରିଛନ୍ତି। ାନାଡ଼ା ଚଳିତମାସରେ ଚୀନ ସହିତ ବାଣିଜ୍ୟ ଆଲୋଚନା କରିଛି। ଚୀନର ବିଦ୍ୟୁତ୍‌ ଯାନ ଆମଦାନି ଶୁଳ୍କ ହ୍ରାସ ପ୍ରସ୍ତାବ ଦେଇଛି। ପ୍ରତିବଦଳରେ ଚୀନ କାନାଡ଼ାର କୃଷି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ବ୍ୟବସ୍ଥା କରିଛି ବୋଲି କାର୍ନି ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, କାନାଡ଼ା ଚୀନରୁ ୪୯ ହଜାର ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯାନ ଆମଦାନି କରିବ। ଏହି ଯାନ ଉପରେ ମାତ୍ର ୬.୧ ପ୍ରତିଶତ ଶୁଳ୍କ ଲାଗିବ। ଅନ୍ୟପକ୍ଷରେ କାନାଡ଼ାର କାନୋଲା ବିହନ ଉପରେ ଚୀନ ଆମଦାନି ଶୁଳ୍କକୁ ୧୬ ପ୍ରତିଶତକୁ ହ୍ରାସ କରିବ।

Related Post