Breaking News
ଦେଶ- ବିଦେଶ

ଆଲୋଁସୋ ହେଲେ ଆଲୋଡ଼ା, ମାତ୍ର ୭ ମାସରେ ରିୟଲ୍‌ ମାଡ୍ରିଡ୍‌ ଛାଡ଼ିଲେ

ଆଲୋଁସୋ ହେଲେ ଆଲୋଡ଼ା, ମାତ୍ର ୭ ମାସରେ ରିୟଲ୍‌ ମାଡ୍ରିଡ୍‌ ଛାଡ଼ିଲେ

ମାଡ୍ରିଡ୍‌: ଜୟ ଓ ପରାଜୟ କିଭଳି ଜଣେ ପ୍ରଶିକ୍ଷକ ଜୀବନର ଭାଗ୍ୟ ବିଦଳାଇଦିଏ, ତାହାର ସଦ୍ୟତମ ଉଦାହରଣ ସାଜିଛନ୍ତି ଜାଭି ଆଲୋଁସୋ। ଜଣେ ପ୍ରତିଷ୍ଠିତ ଫୁଟ୍‌ବଲର୍‌ ଭାବେ ଖୁବ ନାମ କମାଇଥିବା ଆଲୋଁସୋ ମାତ୍ର ୭ ମାସ ଦାୟିତ୍ବ ନେବା ପରେ ଲା ଲିଗା କ୍ଲବ୍‌ ରିୟଲ୍‌ ମାଡ୍ରିଡ୍‌ର ପ୍ରଶିକ୍ଷକ ତଥା ପ୍ରବଂଧକ ପଦ ଛାଡ଼ିଛନ୍ତି। ସ୍ପାନିସ୍‌ ସୁପର୍‌ କପ୍‌ରେ ବାର୍ସିଲୋନା ନିକଟରୁ ୨-୩ ପରାଜୟ ପରେ କ୍ଲବ୍‌ ସହ ଆପୋଷ ବୁଝାମଣା ଭିତ୍ତିରେ ସେ ପଦ ପରିତ୍ୟାଗ କରିଛନ୍ତି।ଅନ୍ୟ ଏକ ରିପୋର୍ଟରେ କିନ୍ତୁ ଆଲୋଁସୋଙ୍କୁ ବିତାଡ଼ିତ କରାଯାଇଥିବା କୁହଯାାଇଛି। ‘ଭାଜି ଆଲୋଁସୋ ସର୍ବଦା ଆମ ଭଲ ପାଇବା ଓ ସମ୍ମାନର ହକ୍‌ଦାର ରହିଛନ୍ତି। ରିୟଲ୍‌ ମାଡ୍ରିଡ୍‌ ପ୍ରଶଂସକଙ୍କ ପାଇଁ ସେ ଜଣେ ମହାନ କିଂବଦନ୍ତି ଏବଂ ସେ କ୍ଲବ୍‌ର ସର୍ବକାଳୀନ ପ୍ରତିନିଧିତ୍ବ କରିଛନ୍ତି। ରିୟଲ୍‌ ମାଡ୍ରିଡ୍‌ ତାଙ୍କ ପାଇଁ ସବୁବେଳେ ଘର ଭଳି ହୋଇ ରହିଛି’ ବୋଲି କ୍ଲବ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଆଲୋଁସୋଙ୍କ ନିଯୁକ୍ତି ପରେ ତାଙ୍କୁ ନେଇ କ୍ଲବ୍‌ ଦୀର୍ଘମିଆଦି ଯୋଜନାରେ ରହିଥିଲେ ମଧ୍ୟ ‌ଧୈର୍ଯ୍ୟହରା ହୋଇ ଏଭଳି ନିଷ୍ପତ୍ତି‌ ନେଇଛି‌ ବୋଲି ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି।

Related Post