Breaking News
ଦେଶ- ବିଦେଶ

ପାକ୍ ସେନା ମୋତେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାକିଥାଏ: ନିବିଡ଼ ସମ୍ପର୍କର ପର୍ଦ୍ଦାଫାସ କଲେ ଆତଙ୍କବାଦୀ ସୈଫୁଲ୍ଲାହ

ପାକ୍ ସେନା ମୋତେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାକିଥାଏ: ନିବିଡ଼ ସମ୍ପର୍କର ପର୍ଦ୍ଦାଫାସ କଲେ ଆତଙ୍କବାଦୀ ସୈଫୁଲ୍ଲାହ

ଇସଲାମାବାଦ: ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ନେଇ ତଥ୍ୟ ସାମ୍ନାକୁ ଆସିଛି। ଲସ୍କରର ଉପମୁଖ୍ୟ ଏବଂ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲାହ କସୁରୀ ସ୍ୱୀକାର କରିଛନ୍ତି, ପାକିସ୍ତାନୀ ସେନା ତାଙ୍କୁ ସାମରିକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥାଏ। ଏଭଳି ମନ୍ତବ୍ୟ ଦେଇ ସେ ପାକିସ୍ତାନୀ ସେନାର ଆତଙ୍କବାଦୀ ସଂଗଠନ ସହିତ ଥିବା ସମ୍ପର୍କର ପର୍ଦ୍ଦାଫାସ କରିଛନ୍ତି। ହାଫିଜ୍ ସଇଦଙ୍କ ନେତୃତ୍ୱାଧୀନ ସଂଗଠନର ଉପମୁଖ୍ୟ ତଥା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ କହିଛନ୍ତି, ପାକିସ୍ତାନ ସେନା ତାଙ୍କୁ ନିୟମିତ ଭାବରେ ସାମରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାକିଥାଏ ଏବଂ ସୈନିକମାନଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନାର ନେତୃତ୍ୱ ନେବାକୁ ମଧ୍ୟ ନିମନ୍ତ୍ରଣ କରିଥାଏ।
ସୈଫୁଲ୍ଲା ପାକିସ୍ତାନର ଏକ ସ୍କୁଲ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧିତ କରିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି, ଭାରତ ତାଙ୍କ ଉପସ୍ଥିତି ନେଇ ଭୟଭୀତ ଅବସ୍ଥାରେ ରହିଛି। ଏହା ସହ ସେ ଭାରତ ବିରୋଧରେ ଉତ୍ତେଜନାମୂଳକ ଧମକ ଦେଇଛନ୍ତି।ସୈଫୁଲ୍ଲା ପୂର୍ବରୁ ସ୍ୱୀକାର କରିଥିଲେ, ଭାରତର ଅପରେସନ୍ ସିନ୍ଦୂର ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା। ​​ଏହା ସହ ସେ କହିଥିଲେ, ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏକ ବଡ଼ ଭୁଲ କରିଛି। ସେ ଖୋଲାଖୋଲି ଭାବରେ କଶ୍ମୀର ଉପରେ ଲସ୍କର-ଏ-ତୈବାର ଧ୍ୟାନକୁ ଦୋହରାଇ କହିଥିଲେ, ଲସ୍କର-ଏ-ତୈବା କେବେ ବି ନିଜର କଶ୍ମୀର ମିଶନରୁ ପଛକୁ ହଟିବ ନାହିଁ।

Related Post