Breaking News
ଦେଶ- ବିଦେଶ

ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ହାରିଲା ଇଂଲଣ୍ଡ: ଅଷ୍ଟ୍ରେଲିଆ ୪-୧ରେ ଜିତିଲା ଆସେସ୍

ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ହାରିଲା ଇଂଲଣ୍ଡ: ଅଷ୍ଟ୍ରେଲିଆ ୪-୧ରେ ଜିତିଲା ଆସେସ୍

ସିଡନି: ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ (ଏସସିଜି)ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆ ସମ୍ମାନଜନକ ଆସେସ୍ ସିରିଜକୁ ୪-୧ରେ ଜିତିନେଇଛି। ଏହା ସହିତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛି କଙ୍ଗାରୁ ଦଳ। ଶୃଙ୍ଖଳା ହାରିସାରିଥିବାରୁ ପରାଜୟ ବ୍ୟବଧାନକୁ କମାଇବା ଲକ୍ଷ୍ୟରେ ଥିବା ଇଂଲଣ୍ଡ ସିଡ୍‌ନିରେ ଘରୋଇ ଅଷ୍ଟ୍ରେଲିଆ ସମ୍ମୁଖରେ ମାତ୍ର ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଅଷ୍ଟ୍ରେଲିଆ ୩୧.୨ ଓଭରରେ ୫ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦୁଇ ଓପନର ଟ୍ରାଭିସ ହେଡ୍ ଓ ଜେକ୍ ୱେଦରାଲ୍‌ଡ ପ୍ରଥମ ୱିକେଟ୍‌ ଯୋଡ଼ିରେ ୬୨ ରନ୍‌ କରି ଅଷ୍ଟ୍ରେଲିଆର ବିଜୟ ପଥ ସୁଗମ କରିଥିଲେ। ତେବେ ହେଡ୍ ୨୯ ରନ୍‌ ଓ ୱେଦରାଲଡ୍ ୩୪ ରନ୍‌ କରି ଆଉଟ୍ ହେବା ପରେ ମାର୍ନସ ଲାବୁସାନ୍ ଲଢୁଆ ବ୍ୟାଟିଂ କରି ୩୭ ରନ୍‌ କରିଥିଲେ। ଷ୍ଟିଭେନ ସ୍ମିଥ ଓ ଉସମାନ ଖୱାଜା ଶସ୍ତାରେ ପାଭିଲିୟନ ଫେରିବା ପରେ ଆଲେକ୍ସ କେରି (୧୬ ରନ) ଓ କ୍ୟାମେରନ ଗ୍ରିନ (୨୨ ରନ)  ୪୦ ରନ୍‌ର ଭାଗୀଦାର କରି ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍ଗ ୩ଟି ତଥା ୱିଲ ଜାକ୍ସ ଗୋଟିଏ ୱିକେଟ୍‌ ନେଇଥିଲେ।

Related Post