Breaking News
ଦେଶ- ବିଦେଶ

ବିମାନ ଶିଳ୍ପ: ୧୮ହଜାର କୋଟି କ୍ଷତି ଆଶଙ୍କା

ବିମାନ ଶିଳ୍ପ: ୧୮ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ ଦେଶର ବିମାନ ଶିଳ୍ପ ପାଇଁ ଏକ ଖରାପ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି। ଏୟାରଲାଇନ୍ସଗୁଡ଼ିକ ୧୭-୧୮ ହଜାର କୋଟି ଟଙ୍କାର କ୍ଷତି ସହିବେ ବୋଲି ରେଟିଂ ଏଜେନ୍ସି ‘ଇକ୍ରା’ ଆକଳନ କରିଛି। ପୂର୍ବରୁ ଏହା ଆକଳନ କରିଥିଲା ଯେ ବିମାନ ଶିଳ୍ପର କ୍ଷତି ୧୦,୫୦୦ କୋଟି ଟଙ୍କା ମଧ୍ୟରେ ରହିବ। କିନ୍ତୁ ଏବେ ସେହି ଆକଳନକୁ ବଳଦାଇ ଏହା କ୍ଷତି ପରିମାଣ ଅଧିକ ହେବ ବୋଲି କହିଛି। ୨୦୨୫ ଜୁନ୍‌ରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ୭୮୭-୮ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଓ ବର୍ଷ ଶେଷ ଆଡ଼କୁ ଇଣ୍ଡିଗୋର ୪୫୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ ହେବା ଭଳି ଘଟଣା ବିମାନ ଶିଳ୍ପର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ଆଲୋଚ୍ୟ ବର୍ଷରେ ଯେତିକି ଲୋକ ବିମାନରେ ଯାତ୍ରା କରିବେ ବୋଲି ଆଶା କରାଯାଉଥିଲା ତାହା ହୋଇନାହିଁ।୨୦୨୫ ଜୁନ ବିମାନ ଦୁର୍ଘଟଣା ପରେ ଲୋକମାନେ ବିମାନରେ ଯାତ୍ରା କରିବାକୁ ଭୟ କରିଥିଲେ। କିଛିଦିନ ପର୍ଯ୍ୟନ୍ତ ସେହି ଭୟ ମନରେ ରହିଲା। ଇଣ୍ଡିଗୋର ଅଧିକାଂଶ ଉଡ଼ାଣ ଡିସେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ବାତିଲ ହେବା ପରେ ମଧ୍ୟ ଯାତ୍ରୀ ସଂଖ୍ୟା କମ୍ ହୋଇଥିଲା ବୋଲି ଇକ୍ରା ଜଣାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ବ୍ୟବସାୟ ଉଦ୍ଦେଶ୍ୟରେ ବିମାନ‌ରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଛି। ସେଥିପାଇଁ ଇକ୍ରା ଏହାର ସମସ୍ତ ପୂର୍ବର ଯାତ୍ରୀ ବୃଦ୍ଧି ଆକଳନକୁ ହ୍ରାସ କରିଛି। ଭାରତୀୟ ଏୟାରଲାଇନ୍ସର ଅନ୍ତର୍ଜାତୀୟ ଯାତ୍ରୀ ସଂଖ୍ୟା ମଧ୍ୟ କମ୍ ହୋଇଥିବା ଏହା ଜଣାଇଛି।

Related Post