Breaking News
ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା

ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା

ନୂଆଦିଲ୍ଲୀ/ଗଜପତି: ଆଦିବାସୀ ଝିଅ ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ଜ୍ୟୋସ୍ନା ଗଜପତି ଜିଲ୍ଲାର ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍‌ର କୀର୍ତ୍ତନ ଶବରଙ୍କ ଝିଅ।  ଶୁକ୍ରବାର  ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ, ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ, ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।ଜ୍ୟୋସ୍ନା ଶବର ଭାରୋତ୍ତୋଳନ (ୱେଟଲିଫ୍ଟିଂ) କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି ।୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଓଫ ସୋସିଏଲ ସାଇନ୍ସ ରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି। ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରୁଛନ୍ତି।

Related Post