Breaking News
ଦେଶ- ବିଦେଶ

ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ: କାନ୍ଦୁଛି କଲମ୍ବୋ-ଶ୍ରୀଲଙ୍କା ଛାତିରେ କୋହ, ଦଶ ଦିନରେ ବଦଳିଗଲା ଦୃଶ୍ୟ...

ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ: କାନ୍ଦୁଛି କଲମ୍ବୋ-ଶ୍ରୀଲଙ୍କା ଛାତିରେ କୋହ, ଦଶ ଦିନରେ ବଦଳିଗଲା ଦୃଶ୍ୟ...

ନୂଆଦିଲ୍ଲୀ: ମାତ୍ର ୧୦ ଦିନରେ ବଦଳିଗଲା ଚିତ୍ର । ଯେଉଁଠି ଦିନେ ସବୁଜ ବନାନୀ ଏବଂ ସବୁକିଛି ସବୁଜିମାରେ ଭରପୁର ଥିଲା ସେଠାରେ ମାତ୍ର ୧୦ ଦିନରେ ସବୁକିଛି ଛାରଖାର ହେଇଗଲା । ପ୍ରକୃତିକୁ ପ୍ରକୃତି ହିଁ ଧ୍ବଂସ କରିଦେଲା । ପୂରା ଦେଶରେ ପ୍ରକୃତିର ଧ୍ବଂସଲୀଳା ସବୁକିଛି ଉଜାଡି ଦେଲା । ଶ୍ରୀଲଙ୍କା ବନ୍ୟା ଉପରେ ଏବେ ସାରା ବିଶ୍ବର ନଜର ରହିଥିବା ବେଳେ ସାଟେଲାଇଟରୁ ମିଳିଥିବା ଶ୍ରୀଲଙ୍କା ବନ୍ୟା ର ଛାତିଥରା ଚିତ୍ର ସମସ୍ତଙ୍କୁ ଚକିତ କରିଛି । ବେଶି ଦିନ ନୁହେଁ ମାତ୍ ୧୦ ଦିନରେ ସବୁକିଛି ବଦଳିଯାଇଛି । ଘରେ, ବାହାରେ,, ରାସ୍ତାରେ ସବୁଠି ବନ୍ୟା ଜଳର ଦୃଶ୍ୟ । ୨୦ ନଭେମ୍ବରରେ ଯେଉଁଠି ସବୁକିଛି ଚକାଚକ ଥିଲା ଠିକ୍ ୧୦ ଦିନ ପରେ ସେ ସ୍ଥାନରେ ପ୍ରକୃତି ତାର କରାଳ ରୂପ ଦେଖାଇଛି ।  ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ବନ୍ୟାରେ ଶ୍ରୀଲଙ୍କାରେ ମୃତ୍ୟୁ ସଂଖ୍ଯା ୬୦୦ ଟପିଛି । ୨୧୪ ଜଣ ଏବେବି ନିଖୋଜ ଅଛନ୍ତି । ଆହତ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୫ ହଜାରରୁ ଅଧିକ ଘର ଭାଙ୍ଗିଛି, ହଜାର ହଜାର ଏକରର ଚାଷ ଜମି ଜଳମଗ୍ନ ହୋଇଛି ।  ଶ୍ରୀଲଙ୍କା ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କଲମ୍ବୋ । ପ୍ରଭାବିତ ଲୋକଙ୍କ ମଧ୍ୟରୁ ପ୍ରାୟ ତିନି ଲକ୍ଷ କଲମ୍ବୋ ଜିଲ୍ଲାରେ ଅଛନ୍ତି। ଶ୍ରୀଲଙ୍କା ରାଜଧାନୀର ବିଭିନ୍ନ ଅଞ୍ଚଳ ଏବଂ ପଡ଼ୋଶୀ ଜଳରେ ବୁଡ଼ିକି ରହିଛି । ତେବେ ବନ୍ୟାରେ ୧୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ଲୋକ ବେଘର ହୋଇଛନ୍ତି । 

Related Post