Breaking News
ଦେଶ- ବିଦେଶ

ବିଷ ବଳୟରେ ଦିଲ୍ଲୀ ! ସ୍କୁଲ ବାହାରେ ହେବନି କୌଣସି ବି କାର୍ଯ୍ୟକଳାପ, ଡିସେମ୍ବର ଯାଏଁ କ୍ରୀଡ଼ା କାର୍ଯ୍ୟକ୍ରମ ବ୍ୟାନ୍...

ବିଷ ବଳୟରେ ଦିଲ୍ଲୀ ! ସ୍କୁଲ ବାହାରେ ହେବନି କୌଣସି ବି କାର୍ଯ୍ୟକଳାପ, ଡିସେମ୍ବର ଯାଏଁ କ୍ରୀଡ଼ା କାର୍ଯ୍ୟକ୍ରମ ବ୍ୟାନ୍...

ନୂଆଦିଲ୍ଲୀ: ବିଷ ବଳୟ ପାଲଟିଛି ଦିଲ୍ଲୀ । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପୁଣିଥରେ ପ୍ରଦୂଷଣର ଭୟଙ୍କର କବଳରେ ଛନ୍ଦି ହୋଇ ରହିଛି । ଗତ କିଛି ଦିନ ହେବ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ପହଞ୍ଚିଛି, ଯାହାକି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ବିଷାକ୍ତ ଧୂଆଁର ମୋଟା ଚାଦର ତଳେ ସମଗ୍ର ଦିଲ୍ଲୀ ରହିଥିବା ବେଳେ ସ୍କୁଲ ପିଲାଙ୍କୁ ନେଇ ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ସ୍କୁଲର ସମସ୍ତ ବାହ୍ୟ କାର୍ଯ୍ୟକଳାପ କିମ୍ବା କ୍ରୀଡା କାର୍ଯ୍ୟକ୍ରମକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ବାୟୁ ଗୁଣବତ୍ତା ଗମ୍ଭୀର ହେବାରୁ ଦିଲ୍ଲୀ ସରକାର ସ୍କୁଲଗୁଡ଼ିକୁ ଏସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୀତ ଋତୁ କ୍ରୀଡାର ଋତୁ । ଏହି ସମୟରେ ବିଭିନ୍ନ ପ୍ରକାର କ୍ରୀଡା ମହୋତ୍ସବ ଏବଂ ବାର୍ଷିକ ଉତ୍ସବ ହୁଏ । ମାତ୍ର ଏଥର ଦିଲ୍ଲୀର ବାୟୁରେ ବିଷ ଭରି ରହିଥିବାରୁ ଏସବୁ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ଏବଂ ଡିସେମ୍ବର ମାସରେ ଏସବୁ କାର୍ଯ୍ୟକ୍ରମ ବନ୍ଦ ରହିବ ।ସେପଟେ ପୂର୍ବରୁ ସୁପ୍ରିମକୋର୍ଟ ନଭେମ୍ବର ଏବଂ ଡିସେମ୍ବରରେ ହେବାକୁ ଥିବା କ୍ରୀଡା କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଦିଲ୍ଲୀ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବା ବିଷୟରେ ବିଚାର କରିବାକୁ କହିଥିଲେ ଆଉ ଗୋଟିଏ ଦିନ ପରେ ଏହି ନିର୍ଦ୍ଦେଶ ଆସିଛି । ଦିଲ୍ଲୀରେ ବର୍ତ୍ତମାନର ବାୟୁ ଗୁଣବତ୍ତା ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Related Post