Breaking News
ଦେଶ- ବିଦେଶ

ରୁଷରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରଙ୍କ ମୃତଦେହ

ରୁଷରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ: ୧୯ ଦିନ ପୂର୍ବରୁ ରୁଷର ଉଫାରେ ନିଖୋଜ ହୋଇଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜସ୍ଥାନର ଅଲୱାର ଜିଲ୍ଲାର ଲକ୍ଷ୍ମଣଗଡ଼ର କଫାନୱାଡା ଗ୍ରାମର ବାସିନ୍ଦା ଅଜିତ ସିଂହ ଚୌଧୁରୀ ୨୦୨୩ରେ ଏମବିବିଏସ କରିବା ପାଇଁ ବାଶକିର ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ନାମ ଲେଖାଇଥିଲେ।ସେ ଚଳିତ ବର୍ଷ ଅକ୍ଟୋବର ୧୯ ତାରିଖରେ ଉଫାରେ ନିଖୋଜ ହୋଇଯାଇଥିଲେ। ସୂତ୍ର ଅନୁଯାୟୀ ଛାତ୍ର ଜଣକ ସକାଳ ପ୍ରାୟ ୧୧ଟାରେ କ୍ଷୀର ଆଣିବାକୁ ଯାଉଥିବା କହି ହଷ୍ଟେଲ୍ରୁ ଯାଇଥିଲେ ଏବଂ ଆଉ ଫେରି ନଥିଲେ। ତାଙ୍କ ନିଖୋଜ ହେବା ପରେ, ଛାତ୍ରଙ୍କ ମୃତଦେହ ହ୍ୱାଇଟ ନଦୀ କୂଳରୁ ମିଳିଛି | ରୁଷର ଭାରତୀୟ ଦୂତାବାସ ଏହି ଘଟଣା ଉପରେ କୌଣସି ସୂଚନା ଦେଇନାହିଁ |ଅନ୍ୟପଟେ ଏହି ଘଟଣାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଅଲୱାର କହିଛନ୍ତି ଯେ ଏମବିବିଏସ ଛାତ୍ର ଅଜିତ ଚୌଧୁରୀଙ୍କ ପୋଷାକ, ମୋବାଇଲ୍ ଫୋନ୍ ଏବଂ ଜୋତା ୧୯ ଦିନ ପୂର୍ବେ ନଦୀ କୂଳରେ ମିଳିଥିଲା। ତେବେ ଅଜିତଙ୍କ ବାବଦରେ କିଛି ସୂଚନା ମିଳିନଥିଲା | ହେଲେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଏନେଇ ଜିତେନ୍ଦ୍ର ସିଂହ ଅଲୱାର ଅଭିଯୋଗ କରିଛନ୍ତି ଯେ ସନ୍ଦେହଜନକ ପରିସ୍ଥିତିରେ ଏହି ଘଟଣା ଘଟିଛି।ଜିତେନ୍ଦ୍ର ସିଂହ ଅଲୱାର  କହିଛନ୍ତି ଯେ କଫାନୱାଡା ଗାଁର ଅଜିତଙ୍କୁ ତାଙ୍କ ପରିବାର ବହୁତ କଷ୍ଟରେ ଡାକ୍ତରୀ ପାଠ ପଢ଼ାଉଥିଲେ | ନଦୀରେ ଅଜିତଙ୍କ ମୃତଦେହ ମିଳିବା ଖବର ଅତ୍ୟନ୍ତ ମର୍ମାହତ। ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବାରୁ ଏନେଇ ତଦନ୍ତ କରିବାକୁ ଜିତେନ୍ଦ୍ର ସିଂହ ଅଲୱାର ଦାବି କରିଛନ୍ତି |

Related Post