Breaking News
ଦେଶ- ବିଦେଶ

ଅଷ୍ଟ୍ରେଲିଆକୁ ୨୬୫ରନ୍‌ର ଲକ୍ଷ୍ୟ ଦେଲା ଭାରତ

ଅଷ୍ଟ୍ରେଲିଆକୁ ୨୬୫ରନ୍‌ର ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ୨୬୫ରନ୍‌ର ଲକ୍ଷ୍ୟ ଦେଲା ଭାରତ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଆଡିଲେଡର ଆଡିଲେଡ ଓଭାଲରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଭାରତୀୟ ଦଳ ୯ ୱିକେଟ୍ ବିନିମୟରେ ୨୬୪ ରନ୍ କରିଥିଲା। ରୋହିତ ଶର୍ମା ୭୩, ଶ୍ରେୟସ ଆୟର ୬୧ ଏବଂ ଅକ୍ଷର ପଟେଲ ୪୪ ରନ୍ କରିଥିଲେ। ହର୍ଷିତ ରାଣା ମଧ୍ୟ ୧୮ ବଲ୍‌ରେ ୨୪ ରନ୍ କରିଥିଲେ।ପର୍ଥରେ ଭାରତୀୟ ଦଳ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ହାରିଥିଲା। ତେଣୁ, ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ୧୭ ରନ ସ୍କୋରରେ ଭାରତୀୟ ଦଳକୁ ପ୍ରଥମ ଝଟକା ଲାଗିଥିଲା।ଅଧିନାୟକ ଶୁଭମନ ଗିଲ୍ ୯ ରନ କରିବା ପରେ ଦ୍ରୁତ ବୋଲର ଜାଭିୟର ବାର୍ଟଲେଟଙ୍କ ଦ୍ବାରା ଆଉଟ୍ ହୋଇଥିଲେ। କୋହଲି କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ନିଜର ଖାତା ଖୋଲିପାରି ନଥିଲେ। ହେଲେ ରୋହିତ୍ ଶର୍ମା ୭୩ରନ୍ କରି ନିଜକୁ ଟ୍ରୋଲ ହେବାରୁ ବଞ୍ଚାଇ ଦେଇଥିଲେ।

Related Post