ଦୁବାଇ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍ ସିନ୍ଦୂରର ସଫଳତା ପରେ କ୍ରିକେଟ୍ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୧୨୭/୯ରେ ରୋକିଦେବା ପରେ ଜନ୍ମଦିନରେ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ପାଳି (୩୭ ବଲ୍ରୁ ୪୭* ରନ୍) ଭାରତକୁ ସହଜ ବିଜୟ ଦେଇଛି। ପୂର୍ବରୁ ଶୁବମନ ଗିଲ୍ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଭିଷେକ ଶର୍ମା (୧୩ ବଲ୍ରୁ ୩୧ ରନ୍) ଏବଂ ତିଳକ ବର୍ମା (୩୧ ବଲ୍ରୁ ୩୧ ରନ୍) ପାଲଟା ପାଳି ଖେଳିଥିଲେ। କୁଲଦୀପ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ଆତଙ୍କବାଦକୁ ପାକିସ୍ତାନର ନିରନ୍ତର ଓ ନିରବଚ୍ଛିନ୍ନ ସମର୍ଥନ ପାଇଁ ବିବାଦ, ବିତର୍କ ଓ ବର୍ଜନର ଆହ୍ବାନ ଭିତରେ ଆରମ୍ଭ ହୋଇଥିଲା ଏହି ହାଇଭୋଲ୍ଟେଜ୍ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ପ୍ରଭାବ ଯେ ଉଭୟ ଦେଶର ଖେଳାଳିଙ୍କ ଉପରେ ପଡ଼ିଛି, ତାହା ବି ଟସ୍ ପଡ଼ିବା ବେଳକୁ ହିଁ ସ୍ପଷ୍ଟ ହୋଇଯାଇଥିଲା। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ତାଙ୍କ ପ୍ରତିପକ୍ଷ ସଲମାନ ଆଗାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ପରୋକ୍ଷରେ ପାକିସ୍ତାନ ଆଚରଣକୁ କଟାକ୍ଷ କରିଥିଲେ। ପୁଣି ଆଗା ଦୁବାଇ ପିଚ୍ର ପରମ୍ପରା ବିପରୀତ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେବା ସୂର୍ଯ୍ୟଙ୍କୁ ତାଙ୍କ ଜନ୍ମଦିନର ଉପହାର ଭଳି ଥିଲା। ହାର୍ଦିକ ପାଣ୍ଡ୍ୟା ୱାଇଡ୍ ବଲ୍ରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ବୈଧ ବଲ୍ରେ ହାର୍ଦିକ ପାକିସ୍ତାନ ଓପନର୍ ସୈମ ଆୟୁବଙ୍କୁ ଶିକାର କରିବା ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଯଶପ୍ରୀତ୍ ବୁମ୍ରା ପରବର୍ତ୍ତୀ ଓଭରରେ ମହମ୍ମଦ ହାରିସଙ୍କ ୱିକେଟ୍ ନେବା ପରେ ପାକିସ୍ତାନ ମାତ୍ର ୬ ରନ୍ରେ ଦୁଇଟି ୱିକେଟ୍ ହରାଇ ଏକପ୍ରକାର ଆତ୍ମବିଶ୍ବାସ ହରାଇ ବସିଥିଲା। ଏହା ପରେ କୁଲଦୀପ ୟାଦବ ଓ ଅକ୍ଷର ପଟେଲ ତାଙ୍କ ସ୍ପିନ୍ ଯାଦୁ ଦେଖାଇ ଥିଲେ। ଉଭୟ ମାପଚୁପ ଓ ଶାଣିତ ସ୍ପିନ୍ରେ ପାକିସ୍ତାନର ରନ୍ ସ୍ରୋତକୁ ଏକପ୍ରକାର ଶୁଖାଇ ଦେଇଥିଲେ। ଏମାନଙ୍କ ସହ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ବେଶ୍ ପ୍ରଭାବୀ ବୋଲିଂ କରିଥିଲେ। ଫଳରେ ପାକିସ୍ତାନ ତା’ ପାଳିରେ ଅସ୍ବାଭାବିକ ଭାବେ ୬୨ଟି ଡଟ୍ ବଲ୍ ଖେଳିଥିଲା। ଶୀର୍ଷକ୍ରମରେ ସାହିଦଜାଦା ଫରହାନଙ୍କ ୪୦ ଏବଂ ଶେଷ ଆଡ଼କୁ ସାହିନ ଶାହ ଆଫ୍ରିଦି ୧୬ ବଲ୍ରୁ ୩୩ ରନ୍ କରିବାରୁ ପାକିସ୍ତାନ କଷ୍ଟେମଷ୍ଟେ ୧୦୦ ରନ୍ ପାର କରିଥିଲା। କୁଲଦୀପ ପୁଣି ଥରେ ଭାରତର ସଫଳତମ ବୋଲର ଭାବେ ୧୮ ରନ୍ ଦେଇ ୩ ୱିକେଟ୍ କରାୟତ୍ତ କରିଥିଲେ। ୟୁଏଇ ବିପକ୍ଷରେ ମଧ୍ୟ ସେ ୪ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ପାକିସ୍ତାନର ଅଧାଦଳ ଅର୍ଥାତ୍ ୫ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ।ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୨୭/୯ (ସାହିବଜାଦା ଫାରହାନ୍-୪୦, ସାହିନ୍ ସାହା ଆଫ୍ରିଦି-୩୩*, ଫଖର ଜମାନ-୧୭, କୁଲଦୀପ ୟାଦବ-୩/୧୮, ଅକ୍ଷର ପଟେଲ୍-୨/୧୮, ଯଶପ୍ରୀତ୍ ବୁମ୍ରା-୨/୨୮, ବରୁଣ ଚକ୍ରବର୍ତ୍ତୀ-୧/୨୪, ହାର୍ଦିକ ପାଣ୍ଡ୍ୟା-୧/୩୪)। ଭାରତ ୧୫.୫ ଓଭରରେ ୧୩୧/୩ (ସୂର୍ଯ୍ୟକୁମାର ଯାଦବ-୪୭*, ଅଭିଷେକ ଶର୍ମା-୩୧, ତିଳକ ବର୍ମା-୩୧, ସୈମ ଆୟୁବ-୩/୩୫)।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam