Breaking News
ଦେଶ- ବିଦେଶ

ଏଡିଆର୍‌ ରିପୋର୍ଟ: ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମମତା ସବୁଠୁ ଗରିବ

ଏଡିଆର୍‌ ରିପୋର୍ଟ: ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମମତା ସବୁଠୁ ଗରିବ

କୋଲକାତା: ୨୦୨୪ ଡିସେମ୍ବର ପରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପରେ ପ୍ରସ୍ତୁତ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୧୫ ଲକ୍ଷ ଟଙ୍କାରୁ କିଛି ଅଧିକ ସମ୍ପତ୍ତି ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଗରିବ। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୯୩୧ କୋଟିରୁ ଅଧିକ ସମ୍ପତ୍ତି ସହ ତାଲିକାର ଶୀର୍ଷରେ ଥିବା ବେଳେ ଅରୁଣାଚଳ ପ୍ରଦେଶର ପେମା ଖଣ୍ଡୁ (୩୩୨ କୋଟି ଟଙ୍କା) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଉଭୟ ହେଉଛନ୍ତି ଏକମାତ୍ର ଅର୍ବୁଦପତି (ବିଲିୟନେୟାର)। ରିପୋର୍ଟରେ କୁହାଯାଇଛି ଯେ ୩୧ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୬୩୦ କୋଟି ଟଙ୍କା। ନିର୍ବାଚନ ଓ ରାଜନୈତିକ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଡିଆର୍‌ର ରିପୋର୍ଟରେ କୁହାଯାଇଛି ଯେ, ମମତା ବାନାର୍ଜୀ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଥିବା ବେଳେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମ୍ପତ୍ତି ୫୫ ଲକ୍ଷ ଟଙ୍କା ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୧ କୋଟି ଟଙ୍କାରୁ କିଛି ଅଧିକ ସମ୍ପତ୍ତି ସହ ଶେଷରୁ ତୃତୀୟ ସ୍ଥାନରେ ଅଛନ୍ତି।

Related Post