Breaking News
ଦେଶ- ବିଦେଶ

ହକି କିଂବଦନ୍ତି ଭେସ୍‌ ପେସ୍‌ଙ୍କ ଦେହାନ୍ତ

ହକି କିଂବଦନ୍ତି ଭେସ୍‌ ପେସ୍‌ଙ୍କ ଦେହାନ୍ତ

କୋଲକାତା: ୧୯୭୨ ମ୍ୟୁନିକ ଅଲିମ୍ପିକ୍‌ କାଂସ୍ୟ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିବା ଡାକ୍ତର ‌ଭେସ୍‌ ପେସ୍‌ଙ୍କ ଦେହାନ୍ତ ଗୁରୁବାର ସକାଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ପାଖରେ ପତ୍ନୀ ତଥା ପୂର୍ବତନ ଭାରତୀୟ ବାସ୍କେଟ୍‌ବଲ୍‌ ଦଳର ଅଧିନାୟିକା ଜେନିଫର ପେସ୍‌ ଏବଂ ପୁଅ ତଥା ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍‌ କାଂସ୍ୟ ବିଜେତା ଟେନିସ୍‌ କିଂବଦନ୍ତି ଲିଆଣ୍ଡର ପେସ୍‌ ଉପସ୍ଥିତ ଥିଲେ। ‌ଡାକ୍ତର ପେସ୍‌ ୧୯୪୫ରେ ଗୋଆରେ ଜନ୍ମ ଗ୍ରହଣ କରିଥିଲେ। ସ୍କୁଲ୍‌ ଓ କଲେଜରୁ ସେ ହକି ଖେଳିବା ଆରମ୍ଭ କରିଥିଲେ। ୧୯୬୬ରେ ହାମ୍‌ବର୍ଗ ଇଣ୍ଟରନ୍ୟାସ୍‌ନାଲ୍‌ କପ୍‌ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପଦାର୍ପଣ ସମୟରେ ‌ଭେସ୍‌ ଡାକ୍ତରୀ ଛାତ୍ର ଥିଲେ। ସର୍ବଦା ସେଣ୍ଟର-ହାଫ୍‌ରେ ଖେଳୁଥିବା ଭେସ୍‌ଙ୍କୁ ଖେଳଜୀବନରେ ୧୯୭୫ ବିଶ୍ବକପ୍‌ ହକି ବିଜେତା ଅଧିନାୟକ ଅଜିତପାଲ୍‌ ସିଂହଙ୍କ ସହ ତୁଳନା କରାଯାଉଥିଲା। ସେ ହକି ସହ ଫୁଟ୍‌ବଲ୍‌, କ୍ରିକେଟ୍‌, ରବ୍‌ବି ମଧ୍ୟ ଖେଳିଛନ୍ତି। ଏପରିକି ସେ କୋଲକାତାର ଦୁଇ ପ୍ରମୁଖ କ୍ଲବ୍‌ ମୋହନ ବାଗାନ ଓ ଇଷ୍ଟ୍‌ବେଙ୍ଗଲରୁ ମଧ୍ୟ ଖେଳିଥିଲେ। ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ୟୁନିୟନ୍‌ର ସଭାପତି ରହିଥିଲେ। ହକିରେ ସବୁଠୁ ସଫଳ ହୋଇଥିବା ଭେସ୍‌ ପରବର୍ତ୍ତୀ ସମୟରେ ସ୍ପୋର୍ଟ୍ସ ମେଡିସିନ୍‌ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ।

Related Post