Breaking News
ଦେଶ- ବିଦେଶ

ଚତୁର୍ଥ ଦିନରେ ପହଞ୍ଚିଲା ମାଞ୍ଚେଷ୍ଟର ଟେଷ୍ଟ; ଦମ୍ ଦେଖାଇଲେ ରାହୁଲ-ଗିଲ୍

ଚତୁର୍ଥ ଦିନରେ ପହଞ୍ଚିଲା ମାଞ୍ଚେଷ୍ଟର ଟେଷ୍ଟ; ଦମ୍ ଦେଖାଇଲେ ରାହୁଲ-ଗିଲ୍

ମାଞ୍ଚେଷ୍ଟର: ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି। ଭାରତ ତା’ର ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୭୪ ରନ୍ ହାସଲ କରିଛି। ଦଳର ଓପନର କେଏଲ ରାହୁଲ ୮୭ ରନ କରି ଅପରାଜିତ ରହିତିବା ବେଳେ ଏବଂ ଅଧିନାୟକ ଶୁଭମନ ଗିଲ ମଧ୍ୟ ୭୮ ରନ କରି ଅପରାଜିତ ରହିଛନ୍ତି। ପଞ୍ଚମ ଦିନରେ ଉଭୟ ଭାରତର ଇନିଂସକୁ ଆଗକୁ ନେବେ। ଚତୁର୍ଥ ଦିନରେ ଇଂଲଣ୍ଡ ୬୬୯ ରନ କରି ୩୧୧ ରନର ଲିଡ୍ ହାସଲ କରିଥିଲା। ଦଳ ଏବେ ବି ୧୩୭ ରନରେ ଆଗୁଆ ଅଛି। ତଥାପି, ଯଦି ସେମାନେ ମ୍ୟାଚ୍ ଜିତିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଶେଷ ଦିନରେ ଭାରତର ୮ ୱିକେଟ୍ ନେବାକୁ ପଡିବ। ମ୍ୟାଚ୍ କୁ ଡ୍ର ରଖିବା ପାଇଁ ଭାରତକୁ ସାରା ଦିନ ବ୍ୟାଟିଂ କରିବାକୁ ପଡିବ। ଚଳିତ ମ୍ୟାଚ୍ ରେ ଭାରତ ପାଇଁ ଜିତିବା ବହୁତ କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି।

Related Post