Breaking News
ବିଶେଷ

ପୁନଃ ପରୀକ୍ଷା ଆଗରୁ ନାଗପୁରରେ ଜୀବନ ହାରିଲେ ନିଟ୍‌ ଆଶାୟୀ

ପୁନଃ ପରୀକ୍ଷା ଆଗରୁ ନାଗପୁରରେ ଜୀବନ ହାରିଲେ ନିଟ୍‌ ଆଶାୟୀ

ନାଗପୁର: ନାଗପୁରରେ ୧୪ ଦିନ ପୂର୍ବେ ଜୀବନ ହାରିଥିବା ଜଣେ ୨୦ ବର୍ଷୀୟା ନିଟ୍‌ ପ୍ରାର୍ଥୀଙ୍କ ପରିବାର ଏବେ ଦାବି କରିଛନ୍ତି ଯେ, ସମ୍ପ୍ରତି ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ ହେବା ଯୋଗୁଁ ତାଙ୍କ ଝିଅକୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ସେମାନେ ତାଙ୍କ ବହିରୁ ସୁଇସାଇଡ ନୋଟ୍‌ ପାଇବା ପରେ ଏହି ଦାବି କରିଛନ୍ତି। ଆତ୍ମହତ୍ୟା କରିଥିବା ଝିଅଟିର ଘର ମଧ୍ୟପ୍ରଦେଶର ମୌଗଞ୍ଜ ଜିଲ୍ଲାରେ, କିନ୍ତୁ ତାଙ୍କ ବାପା ନାଗପୁରରେ ରୋଷେୟା ଭାବେ କାମ କରୁଥିବାରୁ ସେମାନେ ନାଗପୁରରେ ରହୁଥିଲେ। ପରିବାର ଶେଷକୃତ୍ୟ ପାଇଁ ମୌଗଞ୍ଜ ଜିଲ୍ଲାର ନିଜ ଗାଁକୁ ଯାଇଥିଲେ ଓ ସେଠାରୁ ଫେରିବା ପରେ ଝିଅର ବହି ଭିତରୁ ଚିଠିଟି ପାଇଥିଲେ। ସୁଇସାଇଡ ନୋଟରେ ଝିଅଟି ଲେଖିଛି ଯେ, ନିଟ୍‌ ପରୀକ୍ଷାରେ ଭଲ ନମ୍ବର ରଖିବି ବୋଲି ମୋର ଆଶା ଥିଲା। କିନ୍ତୁ ପୁଣି ଥରେ ପରୀକ୍ଷା ହେଲେ ମୁଁ ଭଲ କରିବି ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ମୋର ସବୁକିଛି ନଷ୍ଟ ହୋଇଗଲା ‌ବୋଲି ସେ ଲେଖିଛନ୍ତି। ପରୀକ୍ଷା ବାତିଲ ହେବା ପରେ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ଯଦିଓ ସେମାନେ ପ୍ରଥମେ ଜାଣି ନଥିଲେ ଯେ ଏହା ତାଙ୍କ ମୃତ୍ୟୁର କାରଣ। ଝିଅଟିର ବାପା କହିଛନ୍ତି, ମୋ ଝିଅ ଖୁବ୍‌ ଭଲ ପଢ଼ୁଥିଲା ଓ ଡାକ୍ତର ହେବାକୁ ଇଚ୍ଛା ରଖିଥିଲା। ଆମର ସୀମିତ ସାଧନ ସତ୍ତ୍ୱେ, ଆମେ ତାଙ୍କ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଥିଲୁ। ପରୀକ୍ଷା ପରେ ସେ ମନୋନୀତ ହେବା ପାଇଁ ଖୁସି ଓ ଆତ୍ମବିଶ୍ୱାସୀ ଥିଲେ। କିନ୍ତୁ ପ୍ରଶ୍ନପତ୍ର ଲିକ୍ ଓ ବାତିଲ ହେବା ଖବର ଆସିବା ମାତ୍ରେ ସେ ଭାଙ୍ଗି ପଡ଼ିଥିଲେ।

Related Post