Breaking News
ବଡ଼ ଖବର

ଦେବଗଡ଼ରେ କୋଇଲା ପରିବହନ ଅନୁମତି ଦେବା ଘଟଣା ହେଉଛି ତୀବ୍ର ବିରୋଧ

ଦେବଗଡ଼ରେ କୋଇଲା ପରିବହନ ଅନୁମତି ଦେବା ଘଟଣା ହେଉଛି ତୀବ୍ର ବିରୋଧ

ରିଆମାଳ: ଅନୁଗୁଳଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୋଇଲାଖଣିରୁ ଦେବଗଡ଼ ଜିଲ୍ଲା ଅଞ୍ଚଳର ରାସ୍ତା ଦେଇ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ ଦେବା ଘଟଣା ବିରୋଧ କରି ଯଥାଶୀଘ୍ର ରଦ୍ଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇବାକୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ। କାହା ସ୍ବାର୍ଥରେ ଓ ଜିଲ୍ଲାର କେଉଁ ଉନ୍ନତି ପାଇଁ ଜିଲ୍ଲାପାଳ ଅନୁମତି ଦେବା ଘଟଣାରେ ବଢୁଛି ତୀବ୍ର ବିରୋଧ। ଗତ ଶୁକ୍ରବାର ପଞ୍ଚମ ଦିନରେ ସେଣ୍ଢା ଅନ୍ଧାରି ଠାରେ ରାସ୍ତା ଅବରୋଧ କରିବା ସହ ଏକ ବିରାଟ ବୈଠକ କରାଯାଇ ଥିଲା।ଗ୍ରାମର ସଭାପତି ପବନୀ ଦେହୁରୀ, ସମ୍ପାଦକ ଦୁଷ୍ମନ୍ତ ବେହେରା, ବୁଢାପାଳ ସରପଞ୍ଚ ଦିଲ୍ଲୀପ ଆଚାର୍ଯ୍ୟ ଛେଣ୍ଡିପଦା ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଛେଣ୍ଡିପଦା ନୈନି କୋଇଲା ଖଣିରୁ କଣିହାଁ ବ୍ଲକ ସ୍ଥିତ ଡେରେଙ୍ଗ ଜିନ୍ଦଲ ପାୱାର ପ୍ଲାଣ୍ଟକୁ କୋଇଲା ପରିବହନ ପାଇଁ ବୁଢ଼ାପାଳ ପଞ୍ଚାୟତର ସେଣ୍ଢା,ଗମ୍ଭାରିପାଳ ଗ୍ରାମ ଏବଂ ପରା ପଞ୍ଚାୟତର ଲୋହରାକୋଟ ଗ୍ରାମ ରାସ୍ତା ଦେଇ କୋଇଲା ଟ୍ରକ ଯିବାକୁ ଜିଲ୍ଲାପାଳ ଅନୁମତି ଦେଇଥିବା ବେଳେ ଏହି ତିନି ଗ୍ରାମବାସୀ ଏହି ବୈଠକରେ ସାମିଲ ହୋଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ଯଥାଶୀଘ୍ର ଏହି ଅନୁମତି ପ୍ରଦାନକୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦସ୍ତଖତ ସମ୍ବଳିତ ପତ୍ର ପଠାଯିବ। ଏଥି ସହ ହାଇକୋର୍ଟରେ ମଧ୍ୟ ଦେଇଥିବା ନିର୍ଦ୍ଦେଶକୁ ଷ୍ଟେ କରିବାକୁ ମାମଲା ଫାଇଲ କରାଯିବ ବୋଲି ନିଷ୍ପତ୍ତି ନିଆଯିବା ସହ ଦସ୍ତଖତ ପ୍ରକ୍ରିୟା ଆରମ୍ଭ ହୋଇଛି ‌।

Related Post