Breaking News
ବିଶେଷ

ଭଙ୍ଗା ହେଲା ମେସିଙ୍କ ୭୦ ଫୁଟ ଉଚ୍ଚତାର ମୂର୍ତ୍ତି

ଭଙ୍ଗା ହେଲା ମେସିଙ୍କ ୭୦ ଫୁଟ ଉଚ୍ଚତାର ମୂର୍ତ୍ତି

କୋଳକାତା: କୋଲକାତାରେ ନିର୍ମାଣ କରାଯାଇଥିବା ଆର୍ଜେଣ୍ଟିନାର ମହାନ ଫୁଟ୍‌ବଲ୍‌ ତାରକା ଲିଓନେଲ ମେସିଙ୍କ ଏକ ୭୦ ଫୁଟ ଉଚ୍ଚର ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା କାରଣରୁ ଏଭଳି କରାଯାଇଥିବା ସେଠାକାର ନୂଆ ସରକାର ସୂଚନା ଦେଇଛନ୍ତି। ଏହି ମୂର୍ତ୍ତିଟି ମେସିଙ୍କ ବହୁ ଚର୍ଚ୍ଚିତ ଭାରତ ଗସ୍ତ ବେଳେ ନିର୍ମାଣ କରାଯାଇଥିଲା। ଏଥିଲାଗି ୨୭ ଦିନର ସମୟ ଲାଗିଥିଲା। ତେବେ ଟିକିଏ ବି ଜୋରରେ ପବନ ବହିଲେ ମୂର୍ତ୍ତିଟି ହଲୁଥିବାରୁ ଏହାକୁ କୋଲକାତା ନଗର ନିଗମ ବିପଦପୂର୍ଣ୍ଣ ଶ୍ରେଣୀରେ ସାମିଲ କରିଥିଲା।

Related Post