Breaking News
ରାଜନୀତି

ବିଜୟାନନ୍ଦ ଚିନିକଳ ନିଶ୍ଚିତ ଭାବରେ ଚାଲିବ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ବିଜୟାନନ୍ଦ ଚିନିକଳ ନିଶ୍ଚିତ ଭାବରେ ଚାଲିବ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଦେଓଗାଁ: ବିଜୟାନନ୍ଦ ଚିନିକଳରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। କାରାଖାନା ଭିତରେ ଉପମୁଖ୍ୟମନ୍ତ୍ରୀ,ଗେଟ ସମ୍ମୁଖରେ ନାରାବାଜି। ବକେୟା ପାଉଣା ଦାବୀ ନେଇ ଗେଟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଠାରେ ଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ପରିଦର୍ଶନ କରିବାରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ତେବେ ଉପମୁଖ୍ୟମନ୍ତ୍ରୀ ଚିନିକଳ ଭିତରେ ରହିଥିବା ବେଳେ କର୍ମଚାରୀ ସଂଘ ଗେଟ ସମ୍ମୁଖରେ ନାରାବାଜି କରିଛନ୍ତି। ତେବେ ଭିତରକୁ ପ୍ରବେଶ କରୁଥିବା କିଛି ଗାଡ଼ି ଗେଟ ବାହାରେ ରହିଥିବା ବେଳେ ବିକ୍ଷୋଭ କରୁଥିବା କର୍ମଚାରୀଙ୍କ ସହ ପୁଲିସ ଠେଲାପେଲା ହୋଇଥିବାର ଚିତ୍ର ମଧ୍ୟ ଦେଖା ଦେଇଛି। ଏହି ଘଟଣା ଜଣାପଡ଼ିବା ପରେ ଉପ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କୁ କାରଖାନା ଭିତରକୁ ଡାକିଥିଲେ। ତେବେ କାରଖାନା ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଫେରିବା ବେଳେ କର୍ମଚାରୀଙ୍କ ସହ ଆଲୋଚନା କରି କାରଖାନା ନିଶ୍ଚିତ ଭାବରେ ଚାଲିବ ବୋଲି କହିବା ପରେ ବିକ୍ଷୋଭ ହଟିଥିଲା।

Related Post