Breaking News
ବଡ଼ ଖବର

ମେସି ଆହତ ! ଅଧାରୁ ଛାଡ଼ିଥିଲେ ପଡ଼ିଆ

ମେସି ଆହତ ! ଅଧାରୁ ଛାଡ଼ିଥିଲେ ପଡ଼ିଆ

ମାୟାମି: ଫୁଟ୍‌ବଲ ବିଶ୍ବକପ୍‌କୁ ଆଉ ଅଳ୍ପ କିଛି ଦିନ ଥିବାବେଳେ ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟ୍‌ବଲ ତାରକା ଲିଓଲେନ୍‌ ମେସି ଆହତ ହେବା ନେଇ ଚିନ୍ତା ପ୍ରକାଶ ପାଇଛି। ରବିବାର ମାୟାମିଠାରେ ଅନୁଷ୍ଠିତ ଇଣ୍ଟର୍‌ ମାୟାମି-ଫିଲାଡେଲ୍‌ଫିଆ ୟୁନିଅନ୍‌ ମ୍ୟାଚ୍‌ରେ ସେ ଆହତ ଜନିତ କାରଣରୁ ଅଧାରୁ ପଡ଼ିଆ ଛାଡ଼ିଥିଲେ। ପଡ଼ିଆ ଛାଡ଼ିବା ସମୟରେ ତାଙ୍କ ବାମ ଗୋଡ଼ରେ ସେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖାଯାଇଥିଲା। ଏହି ମ୍ୟାଚ୍‌ରେ ମେସିଙ୍କ ଦଳ ଇଣ୍ଟର୍‌ ମାୟାମି ୬-୪ରେ ବିଜୟ ହାସଲ କରିଥିଲେ ବି ମେସିଙ୍କ ଏପରି ଅଧାରୁ ପଡ଼ିଆ ଛାଡ଼ିବା କେବଳ ଆର୍ଜେଣ୍ଟିନା ନୁହେଁ ସମଗ୍ର ବିଶ୍ବର ଫୁଟ୍‌ବଲପ୍ରେମୀଙ୍କୁ ଚିନ୍ତିତ କରିଛି। ତେବେ ମେସିଙ୍କ ଆହତ କେତେ ଗୁରୁତର ସେ ନେଇ ଏପର୍ଯ୍ୟନ୍ତ ଇଣ୍ଟର୍‌ ମାୟାମି କିମ୍ବା ଆର୍ଜେଣ୍ଟିନା ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ। କିନ୍ତୁ ସେ ବିଗତ କିଛି ସପ୍ତାହ ହେଲା ନିଜର ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହି କାରଣରୁ ସେ ଇଣ୍ଟର୍‌ ମାୟାମିର କେତେକ ମ୍ୟାଚ୍‌ ଖେଳିପାରିନଥିଲେ। ବିଶ୍ବଚାମ୍ପିଅନ୍‌ ଆର୍ଜେଣ୍ଟିନା ପକ୍ଷରୁ ଆସନ୍ତା ସପ୍ତାହରେ ବିଶ୍ବକପ୍‌ ପାଇଁ ଦଳ ଘୋଷଣା ହେବାକୁ ଥିବାବେଳେ ମେସି ଆହତ ହେବା ଚିନ୍ତାର କାରଣ ହୋଇଛି।

Related Post