Breaking News
ବଡ଼ ଖବର

ସାନଡୁଙ୍ଗୁରୀଗୁଡା କେନାଲ ରାସ୍ତା କାମରେ ଅବ୍ୟବସ୍ଥା, ଯାତାୟତରେ ହଇରାଣ ଲୋକେ

ସାନଡୁଙ୍ଗୁରୀଗୁଡା କେନାଲ ରାସ୍ତା କାମରେ ଅବ୍ୟବସ୍ଥା, ଯାତାୟତରେ ହଇରାଣ ଲୋକେ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି  ହେଉଥିବାର ଅଭିଯୋଗ ହୋଇଆସୁଥିବା ବେଳେ ତେରେସିଂହା ପଞ୍ଚାୟତର ଏକ ମନରେଗା କାମକୁ ଦେଖିଲେ ଦୁର୍ନିତୀ ଯେ କେତେ ଭୟଙ୍କର ହୋଇପାରେ ତାହା ସ୍ୱଷ୍ଟଭାବେ ଜଣାପଡୁଛି । ତେରେସିଂହା ପଞ୍ଚାୟତର ସାନଡୁଙ୍ଗୁରୀଗୁଡା ଅଧିନରେ କେନାଲ ରାସ୍ତାର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚାରିଲକ୍ଷ ସତାନବେ ହଜାର ଏକଶହ ସତଚାଳିଶ ଟଙ୍କା ଅଟକଳ କରାଯାଇ ମାଟି, ମୋରମ କାମ କରାଯାଇଛି । କିନ୍ତୁ ପରିତାପର ବିଷୟ ଏହି ରାସ୍ତାରେ ମାଟି ପକାଇ ତା ଉପରେ ମୋରମ ପକାଯାଇ ଥିଲେ ମଧ୍ୟ ରୋଲିଂ କରାଯାଇନଥିବାରୁ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଯଦି ବର୍ଷା ହୋଇଯାଏ ତେବେ ଏଠାରେ ଚାଲିବା ଅସମ୍ଭବ ହୋଇପଡିବ । ମାଟି ମୋରମ କାମରେ ରୋଲର ଦ୍ୱାରା ରୋଲିଂ କରାଯାଇ ସମତଳ କରିବାର ବିଧାନ ଥିବାବେଳେ କାର୍ଯ୍ୟ କରିଥିବା ସଂସ୍ଥା ସଂପୂର୍ଣ୍ଣ ଅଣଦେଖା କରିଥିବା ଅଭିଯୋଗ  ହେଉଛି । ଏନେଇ ସଂପୃକ୍ତ ଗ୍ରାମପଞ୍ଚାତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ସାହୁଙ୍କ ମତାମତ ନେବାପାଇଁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଗ୍ରହଣ କରୁନାହାନ୍ତି । ଏପରିକି ପଞ୍ଚାୟତର ଏଡିଇଓ ଅଶୋକ ଖର୍ସେଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ । ବ୍ଲକ ତଥା ଜିଲ୍ଲାପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Related Post